ଜମା ସୁଧହାର  ୪୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ କମାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : ଦେଶର ସବୁଠୁ ବଡ଼ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସ୍ଥାୟୀ ଜମା  ଉପରେ ଦିଆଯାଉଥିବା ସୁଧହାର ୪୦ ବେସିସ ପଏଣ୍ଟ ବା ୦.୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଏହି ନୂଆ ହାର ଆଜିଠାରୁ ଲାଗୁ ହୋଇଛି । କେବଳ ଏତିକି ନୁହେଁ, ୨ କୋଟିରୁ ଅଧିକ ପରିମାଣର ସ୍ଥାୟୀ ଜମା ଉପରେ ସୁଧହାର ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ହ୍ରାସ କରାଯାଇଛି ।

ଏହି ହ୍ରାସ ପରେ ୫ବର୍ଷରୁ ୧୦ ବର୍ଷ  ପର୍ଯ୍ୟନ୍ତ କରାଯାଉଥିବା ସ୍ଥାୟୀ ଜମା ଉପରେ ଦିଆଯାଉଥିବା ସୁଧହାର ୫.୪୦ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ପୂର୍ବରୁ ୫.୭୦ ପ୍ରତିଶତ ଥିଲା ।

  • ୭ ଦିନରୁ ୪୫ ଦିନ – ୨.୯୦%
  • ୪୬ ଦିନରୁ ୧୭୯ ଦିନ – ୩.୯୦%
  • ୧୮୦ ଦିନରୁ ୨୧୦ ଦିନ – ୪.୪୦%
  • ୨୧୧ ଦିନରୁ ୧ ବର୍ଷ ପର୍ଯ୍ୟନ୍ତ – ୪.୪୦%
  • ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ – ୫.୧୦%
  • ୨ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ – ୫.୧୦%
  • ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ – ୫.୩୦%
  • ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ – ୫.୪୦%

ଏହାକୁ ମିଶାଇ ଷ୍ଟେଟ ବ୍ୟାଙ୍କ ଚଳିତ ମାସରେ ଦୁଇଥର ଜମା ସୁଧହାର କମାଇସାରିଲାଣି । ଗତ ମେ ୧୨ ତାରିଖରେ ମଧ୍ୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜମାସୁଧହାର ୨୦ ବେସିସ ପଏଣ୍ଟ କମାଇଥିଲା । ସେହିପରି ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ଫିକ୍ସଡ ଜମା ସୁଧହାର ୬.୨୦ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ପୂର୍ବରୁ ୬.୫୦ ପ୍ରତିଶତ ଥିଲା ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ସପ୍ତାହରେ ରେପୋ ଓ ରିଭର୍ସ ରେପୋ ହାର ହ୍ରାସ କରାଯାଇଥିଲା । ଏହା ପରେ ପ୍ରଥମ ବ୍ୟାଙ୍କଭାବେ ଏସବିଆଇ ନିଜର ଜମାସୁଧହାର କମାଇଛି । ରେପୋ ହାରକୁ ୪୦ ବେସିସ ପଏଣ୍ଟ  ହ୍ରାସ କରି ୪ ପ୍ରତିଶତ ରଖିଥିଲା ।

ସମ୍ବନ୍ଧିତ ଖବର