ସୋନପୁର ଶୀତଳ ଷଷ୍ଠୀ, ସରିଲା ବର ନିମନ୍ତ୍ରଣ

ସୋନପୁର : ସୋନପୁର ଶୀତଳ ଷଷ୍ଠୀ ଯାତ୍ରା କରୋନା କଟକଣା ମଧ୍ୟରେ ପାଳିତ ହେଉଛି। ରବିବାର ରୀତିନୀତି ଅନୁଯାୟୀ ବର ନିମନ୍ତ୍ରଣ ସରିଛି। ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବାବାଙ୍କ ପିତାମାତା ଶାନ୍ତିନଗରପଡ଼ାର ଅର୍ଜୁନ ରଥ ଓ ରାଲି ରଥଙ୍କ ଘରକୁ ଜଗତ ଜନନୀ ମାତା ପାର୍ବତୀଙ୍କ ପିତା ମାତା ପି. ସୀମାଞ୍ଚଳ ରାଓ ଓ ପି. ରାଜେଶ୍ବରୀ ରାଓ ଆସି ରୀତିନୀତି ଅନୁଯାୟୀ ପୂର୍ଜର୍ଚ୍ଚନା କରି ବର ନିମନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର