ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ସୌମ୍ୟରଂଜନଙ୍କ ଶୁଭେଚ୍ଛା

ଭୁବନେଶ୍ବର, ୨୨/୧୧ (ଇମିସ): ବୁଧବାରଠାରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍‌ ବା ମାଟ୍ରିକ୍‌ ପରୀକ୍ଷା ପ୍ରଥମ ସମେଟିଭ୍‌ ଆସେସ୍‌ମେଣ୍ଟ ଅନୁଷ୍ଠିତ ହେଉଅଛି। ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ‘ସମ୍ବାଦ’ ସମ୍ପାଦକ, ‘ସମ୍ବାଦ-ଆମଓଡ଼ିଶା ଚାରିଟେବୁଲ୍‌ ଟ୍ରଷ୍ଟ’ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି। ଏଥିସହିତ ଭଲ ପ୍ରଦର୍ଶନ ମାଧ୍ୟମରେ କୃତକାର୍ଯ୍ୟ ହାସଲ କରିବା ପାଇଁ ଆଶାବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ‘ସମ୍ବାଦ- ଆମ ଓଡ଼ିଶା ଚାରିଟେବୁଲ୍‌ ଟ୍ରଷ୍ଟ’ ଆନୁକୂଲ୍ୟରେ ତଥା ଶ୍ରୀ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ‘ସମ୍ବାଦ ଗ୍ରୁପ’ ଶିକ୍ଷାନୁଷ୍ଠାନ ସମୂହ ସଫଳତାର ସହ ପରିଚାଳିତ ହେଉଛି। ଏଥିମଧ୍ୟରୁ ତ୍ରିଶୂଳିଆ ନରଣପୁରଠାରେ କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ ପ୍ରତିବର୍ଷ ଶତାଧିକ ସଂଖ୍ୟାରେ ପିଲାଙ୍କ ଭବିଷ୍ୟତ ଗଠନ କରି ଆସୁଛି।

ସମ୍ବନ୍ଧିତ ଖବର