ମହିଳା, ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବଜେଟ୍

ଭୁବନେଶ୍ବର : ମହିଳା ଏବଂ ଶିଶୁମାନଙ୍କ ପ୍ରତି ରହିଥିବା ସମ୍ବେଦନଶୀଳତାକୁ ଆଜି ରାଜ୍ୟ ସରକାର ପ୍ରଥମ ଥର ପାଇଁ ବଜେଟରେ ପ୍ରତିଫଳିତ କରିଛନ୍ତି। ରାଜ୍ୟ ସରକାର ମହିଳା ଏବଂ ଶିଶୁଙ୍କ ପାଇଁ ବଜେଟ୍ ହିସାବ େଦଇଛନ୍ତି। ସରକାରା ଏହାକୁ ଜେଣ୍ଡର ଏବଂ ଚାଇଲ୍ଡ ବଜେଟ େବାଲି କହିଛନ୍ତି।

ରାଜ୍ୟର ମୋଟ ଜନସଂଖ୍ୟାରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ସଂଖ୍ୟା ୩୪ ପ୍ରତିଶତ ହୋଇଥିବାବେଳେ ମହିଳାଙ୍କ ସଂଖ୍ୟା ୪୯ ପ୍ରତିଶତ। ଉପଯୁକ୍ତ ବ୍ୟୟବ୍ୟବସ୍ଥା କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ହେଉଛି ଏହି ବଜେଟର ମୂଳ ଉଦ୍ଦେଶ୍ୟ େବାଲି କୁହାଯାଇଛି। ରାଜ୍ୟରେ ମହିଳାଙ୍କ ପାଇଁ ମୋଟ ୪୮୩ଟି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରୁ ରାଜ୍ୟ ସରକାରଙ୍କର ୧୦୦ ପ୍ରତିଶତ ଯୋଗଦାନ ଥିବା ସ୍କିମ୍ ସଂଖ୍ୟା ୭୦ ରହିଥିବାବେଳେ ୩୦ ପ୍ରତିଶତ ଯୋଗଦାନ ଥିବା ସ୍କିମ୍ ସଂଖ୍ୟା ୪୧୩ଟି ରହିଛି। ସମାଜର ଦୁର୍ବଳ ଶ୍ରେଣୀ ଭାବେ ବିବେଚିତ ମହିଳା ଏବଂ ଶିଶୁମାନଙ୍କ ପାଇଁ ରାଜ୍ୟ ସରକାର ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟରେ ୪୬୪୮୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ସରକାର ମହିଳାଙ୍କ ପାଇଁ ୨୭,୮୧୩ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ତେଣୁ ୨୦୧୭-୧୮ ତୁଳନାରେ ୨୦୧୯-୨୦ରେ ସରକାର ମହିଳାଙ୍କ ପାଇଁ ୬୭ ପ୍ରତିଶତ ଅଧିକ ଅର୍ଥ ବଜେଟରେ ଦେଇଛନ୍ତି।

୧୦୦ ପ୍ରତିଶତ ଯୋଗଦାନ ଥିବା ଅର୍ଥଗୁଡ଼ିକ ମୁଖ୍ୟତଃ ୧୩ଟି ବିଭାଗ ମାଧ୍ୟମରେ ଖର୍ଚ୍ଚ କରାଯାଉଛି। ମହିଳା, ଶିଶୁ ବିକାଶ ଏବଂ ମିସନ୍ ଶକ୍ତି ବିଭାଗକୁ ସର୍ବାଧିକ ୨୯ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୬ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି। ଏହାବାଦ୍ ଏସସି ଏବଂ ଏସଟି ବିଭାଗକୁ ୫ ପ୍ରତିଶତ, ଗୃହ ବିଭାଗକୁ ୪ ପ୍ରତିଶତ, ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗକୁ ୩ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି।

ଲିଙ୍ଗଗତ ବଜେଟିଂ ବ୍ୟବସ୍ଥାରେ ୩୦ ପ୍ରତିଶତ ଯୋଗଦାନ ଥିବା ଅର୍ଥକୁ ପ୍ରାୟ ୨୯ଟି ବିଭାଗର ବିଭିନ୍ନ ଯୋଜନାରେ ଖର୍ଚ୍ଚ କରାଯାଇଥାଏ। ଏଥିରୁ ସର୍ବାଧିକ ୫୬ ପ୍ରତିଶତ ଅର୍ଥ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମାଧ୍ୟମରେ ହୋଇଥାଏ। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମାଧ୍ୟମରେ ୩୧ ପ୍ରତିଶତ ଅର୍ଥ ଖର୍ଚ୍ଚର ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର