ଦ୍ରୁତଗତିରେ ଯାଉଥିଲା କାର୍‌, ଭାରସାମ୍ୟ ହରାଇବାରୁ ଗଛରେ ପିଟିଲା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୁରୁଣା ଘାଟି ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର୍‌ ଗଛରେ ପିଟି ହୋଇଯିବାରୁ ୩ ଜଣ ଆହତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ କାର୍‌ରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୨ ଜଣଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସ୍ଥାନୀୟ ଲୋକଙ୍କର କହିବ ଅନୁସାରେ କାର୍‌ଟି ଦ୍ରୁତଗତିିରେ ଯାଉଥିଲା। କିନ୍ତୁ ଏହି ସମୟରେ ଗାଡ଼ରି ଚାଲକ ଭାରସାମ୍ୟ ହରାଇଥିଲେ। ଫଳରେ କାର୍‌ଟି ଦୁର୍ଘଟଣାର ସାମ୍ନା କରିଥିଲା। ଘାଟିରାସ୍ତା ହୋଇଥିବାରୁ ଏଠାରେ ସତର୍କତାର ସହିତ ଗାଡ଼ି ଚଳାଇଲେ ଜୀବନ ସୁରକ୍ଷିତ ରହିବ। ଘାଟି ରାସ୍ତାରେ ବାରମ୍ବାର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି। ଏନେଇ ଲୋକଙ୍କ ମଧ୍ୟରେ ସତର୍କ ସୂଚନା ଜାରି କରାଯାଉଛି। ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଏହା ସତ୍ତ୍ବେ ବି ସଡ଼କଦୁର୍ଘଟଣା ଘଟୁଛି, ଯାହାକି ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର