‘ସମ୍ବାଦ’ ପକ୍ଷରୁ ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ କୁଇଜ୍‌

ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ‘ସମ୍ବାଦ’ ପକ୍ଷରୁ ଆସନ୍ତା ଜୁନ୍‌ ୧ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରୀତିନୀତି, ପରମ୍ପରା, ବେଶଭୂଷା ଓ ଶ୍ରୀମନ୍ଦିର ସଂକ୍ରାନ୍ତୀୟ ପ୍ରଶ୍ନ ପଚରାଯିବ। ପ୍ରତିଯୋଗୀମାନେ ଏକ ନିର୍ଦ୍ଦିଷ୍ଟ ମୋବାଇଲ୍‌ ନମ୍ବରକୁ ଏସ୍‌ଏମ୍‌ଏସ୍‌ ଜରିଆରେ ନିଜ ଉତ୍ତର ପଠାଇ ପାରିବେ। ଆସନ୍ତାକାଲି ‘ସମ୍ବାଦ’ରେ ଉକ୍ତ ମୋବାଇଲ୍‌ ନମ୍ବର ସହ ପ୍ରଶ୍ନଗୁଡ଼ିକ ପ୍ରକାଶ ପାଇବ।

କିପରି ଭାଗନେବେ
 ଏଥିରେ ଯେକେହି ଭାଗ ନେଇପାରିବେ
 କୌଣସି ପ୍ରବେଶିକା ଫି’ ନାହିଁ
 ପ୍ରତ୍ୟହ ୫ଟି ପୁରସ୍କାର: ଅଧିକ ବିଜେତା ହେଲେ ଲଟେରି ମାଧ୍ୟମରେ ୫ ବିଜେତାଙ୍କ ନାମ ଘୋଷଣା ହେବ
 ପରବର୍ତ୍ତୀ ଦିନ ‘ସମ୍ବାଦ ପୃଷ୍ଠାରେ ବିଜେତାଙ୍କ ନାମ ଦେଖିପାରିବେ
 ଭୁବନେଶ୍ବର ବିଜେତା ରସୁଲଗଡ଼ସ୍ଥିତ ‘ସମ୍ବାଦ ଭବନ’ରୁ ଓ ଅନ୍ୟ ସ୍ଥାନର ବିଜେତା ‘ସମ୍ବାଦ’ର ନିଜ ନିଜ ସଂସ୍କରଣ କିମ୍ବା ଜିଲ୍ଲା କାର୍ଯ୍ୟାଳୟରୁ ପୁରସ୍କାର ନେଇପାରିବେ।

ସମ୍ବନ୍ଧିତ ଖବର