ଅଙ୍ଗନଵାଡି କର୍ମୀ ଓ ସହାୟିକାଙ୍କ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ବର : ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ସଭାନେତ୍ରୀ ନନ୍ଦିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ତିରିଶଟି ଜିଲ୍ଲାରୁ ପ୍ରାୟ ୨୫୦ଜଣ କର୍ମକର୍ତା ଏହି କାର୍ଯ୍ୟକାରିଣୀରେ ଯୋଗ ଦେଇଥିଲେ। ବିଧାୟକ ତଥା ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକାରିଣୀ କୁ ଉଦ୍ଘାଟନ କରି ଓଡିଶାର ମହିଳା ଓ ଶିଶୁ ବିକାଶ କାର୍ଯ୍ୟରେ ଅଙ୍ଗନୱାଡି କର୍ମୀଙ୍କର କାର୍ଯ୍ୟ ପ୍ରସଂଶନୀୟ ବୋଲି କହିଥିଲେ। ସେମାନଙ୍କର ମୌଳିକ ସମସ୍ୟାକୁ ବିଚାରକୁ ନିଆଯାଇ ପର୍ଯ୍ୟାୟ କ୍ରମେ ସମାଧାନ କାରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ମୁଖ୍ୟ ଅତିଥିରୂପେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ଅଙ୍ଗନଵାଡି କର୍ମୀଙ୍କ ଅବସର କାଳୀନ ଭତ୍ତା, ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି, ଗ୍ରୀଷ୍ମ କାଳୀନ ଛୁଟି ଘୋଷଣା, ଏସ୍‌ଏନ୍‌ପି ମୂଲ୍ୟ ବୃଦ୍ଧି କରିବା, ବଜାର ଦରକୁ ବିଚାରକୁ ନେଇ ଜିଲ୍ଲା ସ୍ତରୀୟ କମିଟି ପ୍ରସ୍ତାବ ରଖିବା, ମିନି ଅଙ୍ଗନୱାଡି କର୍ମୀ ପ୍ରଥା ଉଚ୍ଛେଦ, ବୀମା ଯୋଜନା ପ୍ରଭୁତି ସମସ୍ୟା ସଂପର୍କରେ ବିଭାଗ ସଜାଗ ଅଛି ଓ ଏହାର ପ୍ରତିକାର ପାଇଁ ପ୍ରୟାସ ଜାରି ରଖିଛି। ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ଓ ସାଂସଦ ସୁବାସ ସିଂହ କହିଥିଲେ, ସଂସଦରେ ଅଙ୍ଗନୱାଡି କର୍ମୀ ମାନଙ୍କ ମାସିକ ଭତ୍ତା ବୃଦ୍ଧି କରି ୧୫ହଜାର ଟଙ୍କା କରିବା ଓ କୋଭିଡ୍ ଯୋଦ୍ଧା ମାନଙ୍କୁ ବିଶେଷ ସହାୟତା ରାଶି ଘୋଷଣା କରିବାକୁ ଦାବୀ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ପ୍ରମିଳା ମଲ୍ଲିକ, ଡଃ. ଗୋପବନ୍ଧୁ ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପ ସଭାପତି ପ୍ରଶାନ୍ତ ପାଢି, ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ସାଧାରଣ ସଂପାଦିକା ମଂଜୁଲତା ଦାସ, କୋଷାଧ୍ୟକ୍ଷ ସଂଗୀତା ମହାପାତ୍ର, ମନୋରମା ନନ୍ଦୀ, ଆରତୀ ନାୟକ, ପଦ୍ମିନୀ ତ୍ରିପାଠୀ, ତପସ୍ୱିନୀ ମହାନ୍ତି, ଲିପିକା ନାୟକ, ସତ୍ୟଭାମା ତ୍ରୀପାଠୀ, ଭାଗ୍ୟବତୀ ନାୟକ, ରେଣୁବାଳା ଶତ୍ରୁଶଲ୍ୟ, ପ୍ରବୀଣା ନନ୍ଦ, ବିଜୁ ଶ୍ରମିକ ସାମ୍ମୁଖ୍ୟର ସଂପାଦକ ସୁରେନ୍ଦ୍ର ସ୍ୱାଇଁ, ରାଜୀବ ମହାନ୍ତି, ନିରଞ୍ଜନ ପାତ୍ର, ପଦ୍ମନ ସାମଲ, ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର