ଘୋଷଣା ହେଲା ‘ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ପୁରସ୍କାର’

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ୩୭ତମ ‘ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ପୁରସ୍କାର’ ଘୋଷଣା କରାଯାଇଛି। ବିଭିନ୍ନ ବିଭାଗରୁ ୮ ଜଣ ଚିତ୍ରଶିଳ୍ପୀଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଶିଳ୍ପୀ କଳ୍ପତରୁ ମହାରଣା, ସୁଜିତ କୁମାର ସେଠ୍‌, ଜିତେନ୍ଦ୍ର କୁମାର ପରିଡ଼ା, ଦିଲ୍ଲୀପ ମାଝି, ପ୍ରବଳ ମଲ୍ଲିକ, ନୃସିଂହ ଚରଣ ଓଝା, ଏନ୍‌ ଉମାଶଙ୍କର ଆଚାର୍ଯ୍ୟ ଓ ଗଗନ ବିହାରୀ ମଣ୍ଡଳ ପ୍ରମୁଖଙ୍କୁ ଏହି ପୁରସ୍କାର ଦିଆଯିବ। ଏକ ସ୍ୱତନ୍ତ୍ର ଉତ୍ସବରେ ଶିଳ୍ପୀମାନଙ୍କୁ ପୁରସ୍କୃତ କରାଯିବ। ପୁରସ୍କାର ବାବଦକୁ ସେମାନଙ୍କୁ ନଗଦ ୩୦ ହଜାର ଟଙ୍କା ପୁରସ୍କାର ରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବା ବୋଲି ଏକାଡେମିର ସଚିବ ତାରାକାନ୍ତ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର