ବିଭିନ୍ନ ଦାବିରେ ଭଞ୍ଜସେନା ପକ୍ଷରୁ ୪ ଘଣ୍ଟିଆ ହରତାଳ: ଗାଡ଼ି ଚଳାଚଳ ଠପ୍

ବାରିପଦା: ବିଭିନ୍ନ ଦାବିରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁମୟୂରଭଞ୍ଜ ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟିଆ ହରତାଳ କରାଯାଉଛି। ଏହାଫଳରେ ମୟୂରଭଞ୍ଜ ଦେଇ ଯାଇଥିବା ସବୁ ଜାତୀୟ ଓ ରାଜ୍ୟ ରାଜପଥରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳଯୋଗାଣ, ରାସ୍ତା ଓ ଅନ୍ୟାନ୍ୟ ସମସ୍ୟା ନେଇ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା କରିବାକୁ ଦାବି ହେଉଛି। ଯୁବବର୍ଗଙ୍କୁ ରୋଜଗାର ଦେବାକୁ ବି ଦାବି ହୋଇଛି।ଆଜିର ୪ ଘଣ୍ଟିଆ ହରତାଳ ଫଳରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାର ଖବର ମିଳିଛି। ଏହି ହରତାଳକୁ ଲୋକଙ୍କ ସମର୍ଥନ ମିଳୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର