ଚାନ୍ଦବାଲି ବିଧାୟକଙ୍କ ନାମରେ ଛାତ୍ର କଂଗ୍ରେସର ଏତଲା

ଭୁବନେଶ୍ବର : ଜଣେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ଫୋନ୍‌ରେ ଧମକ ଦେବା ଭିଡିଓ ଭାଇରାଲ୍‌ ହେବା ପରେ ବିବାଦକୁ ଆସିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକୋଶ ରାୟ। ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଆଜି କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ବାବୁ ଜେନା, ଅଭିଳାଷ ନନ୍ଦ, ଅହମ୍ମଦ ଖାନ୍‌, ଅଖିଳେଶ ଯାଦବ, ସାଗର ପଟ୍ଟନାୟକ, ହରପ୍ରଦସାଦ ବେହେରା, ସୌମ୍ୟରଞ୍ଜନ ମିଶ୍ର, ବିଶ୍ବଭୂଷଣ ମହାପାତ୍ର, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ, ଚିରଞ୍ଜୀବ ମହାନ୍ତି, ସୂର୍ଯ୍ୟନାରାୟଣ ସାହୁ, ଅଜିତ ବାରିକ ପ୍ରମୁଖ କ୍ୟାପିଟାଲ ଥାନା ଯାଇ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର