ବିଦ୍ୟାଳୟରେ ଅସୁରକ୍ଷିତ ଛାତ୍ରୀ

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ଶିକ୍ଷକ ନିଲମ୍ବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋତାମାଟେରୁ ଗ୍ରାମରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ଅଭିଯୁକ୍ତ ଶିକ୍ଷକ ଅଶ୍ବିନୀ ଦେହୁରୀଙ୍କୁ ନିଲମ୍ବିତ କରିଛନ୍ତି। କୋତାମାଟେରୁ ବିଦ୍ୟାଳୟ ଛାତ୍ରାବାସର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତକାଲି ଗ୍ରାମବାସୀ ସ୍କୁଲ୍‌ରେ ପହଞ୍ଚି ଶିକ୍ଷକଙ୍କୁ ନିସ୍ତୁକ ପିଟିଥିଲେ। ଏଥିରେ ସେ ଆହତ ହୋଇଥିବାରୁ ଅଭିଯୁକ୍ତ ଶିକ୍ଷକଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେ ଶିକ୍ଷକ ସୁସ୍ଥ ହୋଇ ମେଡିକାଲରୁ ଫେରିବା ପରେ ତାଙ୍କୁ ଗିରଫ କରି ପଚରାଉଚୁରା କରାଯିବ ବୋଲି ମାଲକାନଗିରି ଥାନା ଆଇଆଇସି ରାମଚନ୍ଦ୍ର ନାଗ।

ସମ୍ବନ୍ଧିତ ଖବର