ଅମାନିଆ ଚାଳକଙ୍କୁ ବୁଝାଇବାକୁ ଛାତ୍ରଛାତ୍ରୀଙ୍କ ଭିନ୍ନ ପ୍ରୟାସ, ନବୀନ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର/ନୟାଗଡ: ଟ୍ରାଫିକ ନିୟମ ନ ମାନି ଗାଡି ଚଳାଉଥିବା ଅମାନିଆ ଚାଳକଙ୍କ ପାଇଁ ଏକ ଭିନ୍ନ ଧରଣର ଭିଡିଓ ପ୍ରସ୍ତୁତ କରିଛନ୍ତି କିଛି ସ୍କୁଲ ଛାତ୍ରଛାତ୍ରୀ | ହେଲମେଟ ନ ପିନ୍ଧି ରାସ୍ତାରେ ଯାଉଥିବା ବାଇକ ଚାଳକ ହୁଅନ୍ତୁ କି ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ବୁଝାଇଛନ୍ତି ନୟାଗଡ ନୋଟରରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ | ଡ୍ରାଇଭିଙ୍ଗ ଲାଇସେନ୍ସ କରିବା ପରେ ହେଲମେଟ ପିନ୍ଧନ୍ତୁ, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା, ରଙ୍ଗ ରୁଟରେ ଗାଡି ନ ଚଳାଇବା ସହ ଗୋଟିଏ ବାଇକରେ ତିନି ଜଣ ନ ଯିବା, ଗାଡି ଚାଲାଣ ବେଳେ ମୋବାଇଲରେ ନ ଗପିବା ,ସିଟବେଲ୍ଟ ପିନ୍ଧିବା, ଟ୍ରାଫିକ ପୋଷ୍ଟରେ ଲାଗିଥିବା ନାଲି ବତୀକୁ ଅତିକ୍ରମ ନ କରିବା, ଛୋଟ ପିଲାଙ୍କୁ ଗାଡି ନ ଦେବା ଭଳି ବାର୍ତ୍ତା ଦେଇଛନ୍ତି |


ଟ୍ରାଫିକ ନିୟମ ମାନିବାକୁ ଛାତ୍ରଛାତ୍ରୀ ଏହି ଭିଡିଓ ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି | ଟ୍ରାଫିକ ସମ୍ପର୍କିତ ଗୀତ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସଚେତନତା ବାର୍ତ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି | ସୂଚନା ଥାଉ କି ସଡକ ସୁରକ୍ଷା ସପ୍ତାହ ୨୦୨୦ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତାରେ ନୟାଗଡ଼ର ଏହି ଛାତ୍ରଛାତ୍ରୀଙ୍କ ଭିଡିଓ ପ୍ରଥମ ସ୍ଥାନ ଅଧିକାର କରିଥିଲା |

ସମ୍ବନ୍ଧିତ ଖବର