ଗଣେଶ ପୂଜାରେ ସ୍କୁଲ ଆସିବେନି ପିଲା

ଭୁବନେଶ୍ୱର : ଅଗଷ୍ଟ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି। ତେଣୁ ଛାତ୍ରଛାତ୍ରୀ ଏବେ ସ୍କୁଲ ଆସିବାର କୌଣସି ଆବଶ୍ୟକତା ନାହିଁ। ସେମାନେ ଘରେ ରହି ବିଘ୍ନବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ତେବେ ସ୍କୁଲରେ ଗଣେଶ ପୂଜା ହେବ କି ନାହିଁ? ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲ ଆସିବେ କି ନାହିଁ? ପୂଜା କରିବେ କି ନାହିଁ? ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାଶ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଫଳରେ ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର