ଶଙ୍କରାରେ ପାରମ୍ପରିକ ଶୁଲିଆ ଯାତ୍ରା ସମ୍ପନ୍ନ

ବିନିକା : ବିନିକା ବ୍ଲକ୍‌ ଶଙ୍କରା (ମୁଣ୍ଡାପଡା) ପୀଠରେ ଶୁଲିଆ ଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଧର୍ମ ଓ ଭାବନାର ମହାନ୍ ପାରମ୍ପରିକ ଶୁଲିଆ ଯାତ୍ରା ପୁରୁଷାନୁକ୍ରମେ ଏହି ସ୍ଥାନରେ ଯାତ୍ରା ଆୟୋଜନ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କମ୍ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶକ ପରିଲକ୍ଷିତ ହୋଇଛି। ଭୋର୍‌ରୁ ଶୁଲିଆ ବୁଢ଼ାଙ୍କ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ଓ ବିଧି ବିଧାନ ଅନୁସାରେ ପୂଜା କରାଯାଇଥିଲା। ପରେ ଶୁଲିଆ ବୁଢ଼ାଙ୍କ ପୀଠରେ ବରୁଆଙ୍କ ଦେହରେ ଆବିର୍ଭାବ ହେବାପରେ ବହୁ ଶ୍ରଦ୍ଧାଳୁ ଭକ୍ତ ମୁଣ୍ଡିଆ ମାରି କ୍ଷୀର ଢାଳିବା ସହିତ ପୁଷ୍ପ ଓ ଧୂପ ଅର୍ପଣ କରି କୃପା ଲାଭ କରିଥିଲେ। ଲୋକେ ମନକାମନା ପୂରଣ ପାଇଁ ବୋଦା ଆଦି ବଳି ଦେଇଥିଲେ।

ଅନୁଷ୍ଠିତ ଶୁଲିଆ ବୁଢ଼ାଙ୍କ ପୀଠ ଶଙ୍କରା – କୌଡିଆମୁଣ୍ଡା ମଧ୍ୟ ସ୍ଥଳରେ ଥିବା ମୁଣ୍ଡାପଡା ନିକଟ ଯାତ୍ରାସ୍ଥଳରେ ବୁଧବାର ଦିନ ତମାମ ଲୋକଙ୍କ ଭିଡ ଲାଗି ରହିଥିଲା। ଏହି ଅବସରରେ ଦୂରଦୂରାନ୍ତରୁ ଯାତ୍ରା ଦେଖି ଆସିଥିବା ଦର୍ଶକଙ୍କ ରାତ୍ରି ରହଣି ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ସୂତ୍ରରୁ ଜଣାପଡ଼ିଛି। ପରିଚାଳନା କମିଟିର ସାହେବ ମୁଣ୍ଡା, କୃପାସିନ୍ଧୁ ମୁଣ୍ଡା, ଅଭୟ ପଧାନ, ବୃହସ୍ପତି ମହାକୁର, ଅକ୍ଷୟ ଷାଣ୍ଢ, କିଶୋର ମୁଣ୍ଡା, ନିଳାଚଳ ମୁଣ୍ଡା, ଅଜାନୁ ମୁଣ୍ଡା, ରମେଶ ମୁଣ୍ଡାଙ୍କ ସମେତ ସଭ୍ୟମାନେ ଦାୟିତ୍ୱ ତୁଳାଉଥିଲେ। ପୂଜକ ବଶିଷ୍ଟ ଭୋଇ, ପ୍ରଦୀପ ମୁଣ୍ଡା, କଲାର ମୁଣ୍ଡା, ଜଗବନ୍ଧୁ, ମନୋଜ ମୁଣ୍ଡା, ରଞ୍ଜିତ ମୁଣ୍ଡା, ଅରୁଣ ମୁଣ୍ଡା, ଅନୀଲ ମୁଣ୍ଡା, ଦ୍ୱାରିକା ପାଣ୍ଡେ, ପବିତ୍ର ମୁଣ୍ଡା, ଅଭିଷେକ ମୁଣ୍ଡା, ସଂସାର ମୁଣ୍ଡା, କୁଞ୍ଜ ମୁଣ୍ଡା, ଗୋବିନ୍ଦ ମୁଣ୍ଡା, ସୁଶାନ୍ତ ମୁଣ୍ଡା ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର