ପୃଥ୍ବୀରାଜଙ୍କୁ ଜବାବ ଦେଲେ ସୁଲତା: ମିଥ୍ୟା ଓ ଶସ୍ତା ରାଜନୀତି ଛାଡ଼ନ୍ତୁ

ଭୁବନେଶ୍ବର : ପୃଥ୍ବୀରାଜ ହରିଚନ୍ଦନଙ୍କ ଟୁଇଟ୍‌ର ଜବାବ ଦେଇ ବିଜେଡି ମୁଖପାତ୍ର ସୁଲତା ଦେଓ ମିଥ୍ୟା ଓ ଶସ୍ତା ରାଜନୀତି ଛାଡ଼ିବାକୁ ଆହ୍ବାନ ଦେଇଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି ଯେ ପୃଥ୍ବୀରାଜ ଭାଇ, ଆପଣ ଲୋକଙ୍କ ପ୍ରସଙ୍ଗ କେବେ ଉଠାନ୍ତି ନାହିଁ କି ଲୋକଙ୍କ ସହିତ ମଧ୍ୟ ନାହାନ୍ତି। ଅପରାଧକୁ ନେଇ ଏଭଳି ରାଜନୀତିକରଣ ଓ ମିଥ୍ୟା ଅଭିଯୋଗ କରିବାରୁ ଆପଣଙ୍କୁ ଓଡ଼ିଶାବାସୀ ଜିଲ୍ଲା ପରିଷଦ ନିର୍ବାଚନରେ ପରାସ୍ତ କଲେ ଓ ଏବେ ପୌର ନିର୍ବାଚନରେ ପରାସ୍ତ କରିବାକୁ ଯାଉଛନ୍ତି। ତଥାପି ଆପଣ ଶିଖୁ ନାହାନ୍ତି।

ପୃଥ୍ବୀରାଜଙ୍କ ଉଦ୍ଦେଶ୍ୟରେ ଶ୍ରୀମତୀ ଦେଓ ଆହୁରି କହିଛନ୍ତି ଯେ ଆପଣ ନିଜେ କର୍ପୋରେଟର୍, ବିଧାୟକ ଓ ସାଂସଦ ଆଦି ଯେ କୌଣସି ନିର୍ବାଚନ ଲଢ଼ିଛନ୍ତି ଆପଣ ପରାସ୍ତ ହୋଇଛନ୍ତି। ଅପରାଧକୁ ନେଇ ଆପଣ ଏମିତି ରାଜନୀତିକରଣ ଓ ମିଥ୍ୟା ଅଭିଯୋଗ କରିଚାଲିଲେ ଓଡ଼ିଶାବାସୀ ମଧ୍ୟ ଏମିତି ଆପଣଙ୍କୁ ପରାସ୍ତ କରୁଥିବେ। ସମୟ ଥାଉ ଥାଉ ଓଡ଼ିଶାବାସୀଙ୍କ ମନୋଭାବ ବୁଝନ୍ତୁ। ମିଥ୍ୟା ଓ ଶସ୍ତା ରାଜନୀତି ଛାଡ଼ନ୍ତୁ।

ସମ୍ବନ୍ଧିତ ଖବର