ପୂର୍ବତନ ବାୟୁସେନା କର୍ମଚାରୀ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ପୁଅ ପାଇଲଟ୍‌ ସୁନିତ ମହାନ୍ତି

ଭୁବନେଶ୍ୱର/କବିସୂର୍ଯ୍ୟନଗର: ଆସାମର ଜୋରହାଟ ଠାରୁ ଗତ ୩ ତାରିଖରେ ନିଖୋଜ ହୋଇଥିବା ବିମାନ ଏଏନ୍‌-୩୨ରେ କାର୍ଯ୍ୟରତ ଓଡ଼ିଆ ପାଇଲଟ୍‌ ସୁନିତ ମହାନ୍ତି ୨୦୧୨ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ। ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଚଂଳର ବଲିଆପଲ୍ଲୀ ନିବାସୀ ତଥା ପୂର୍ବତନ ଏୟାରଫୋର୍ସ କର୍ମଚାରୀ ସୁରେନ୍ଦ୍ର ନାଥ ମହାନ୍ତିଙ୍କର ପୁଅ ଥିଲେ ସୁନିତ। ଏଏନ୍‌-୩୨ ନିଖେଜ ହେବାର ଖବର ମିଳିବା ପରେ ସୁନିତଙ୍କ ପରିବାର ଲୋକେ ଆସାମ ଗସ୍ତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଭାରତୀୟ ବାୟୁସେନାର ବିମାନ ଏଏନ୍‌-୩୨ ଚଳିତ ମାସ ୩ ତାରିଖ ମଧ୍ୟାହ୍ନରେ ଆସାମର ଜୋରହାଟ ଠାରୁ ଅରୁଣାଚଳ ପ୍ରଦେଶ ଯାଉଥିଲା। ମାତ୍ର ଗନ୍ତବ୍ୟସ୍ଥଳରେ ନିର୍ଦ୍ଧାରିତ ସମୟରେ ନ ପହଂଚିବା ପରେ ବିମାନ ନିଖୋଜ ହୋଇଯାଇଥିବା ସ୍ପଷ୍ଟ ହୋଇଥିଲା। ବିମାନରେ ଓଡ଼ିଆ ପାଇଲଟ ସୁନିତ ମହାନ୍ତିଙ୍କ ସମେତ ୧୩ ଜଣ ଯାତ୍ରୀ ଥିଲେ।

NewsX

ବିମାନ ନିଖୋଜ ହେବା ପରେ ନିଖୋଜ ବିମାନର ତଲାସି ପାଇଁ ସବୁପ୍ରକାରର ଉଦ୍ୟମ କରାଯାଉଛି ଓ ବିମାନରେ ଥିବା ଏୟାରଫୋର୍ସ କର୍ମଚାରୀମାନଙ୍କ ପରିବାରଲୋକଙ୍କ ସହ ନିୟମିତ ଭାବେ ଯୋଗାଯୋଗ ରକ୍ଷା କରାଯାଉଛି । ଏହା ସହିତ ସେମାନଙ୍କୁ ସବୁପ୍ରକାରର ସହାୟତା କରାଯାଉଛି ।

ବାୟୁସେନାପକ୍ଷରୁ କୁହାଯାଇଛି ଯେ ବାୟୁସେନା, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ ମିଶି ଏହି ନିଖୋଜ ବିମାନର ତଲାସୀରେ ଲାଗିଛନ୍ତି । ଏହି ତଲାସୀ କାର୍ଯ୍ୟରେ ବାୟୁସେନାର ଏକ ସି-୧୩୦ଜେ,ଏମଆଇ-୧୭, ଏଏନ-୩୨ ଓ ଏକ ଏଏଲଏହ ହେଲିକପ୍ଟରକୁ ନିୟୋଜିତ କରାଯାଇଛି ।

 

ସମ୍ବନ୍ଧିତ ଖବର