ନାରଦପୁରରେ ସ୍ବାଧୀନତାର ଅମୃତ ମହୋତ୍ସବ

ଚମକପୁର: ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ପଞ୍ଚାୟତ ଆଙ୍ଗୁଳିଆବନ୍ଧ ଠାରେ  ସ୍ଵାଧୀନତାର ୭୫ତମ ପୂର୍ତ୍ତି ତଥା ଅମୃତ ମହୋତ୍ସବ ପାଳନ ହୋଇଯାଇଛି। ଏଥିରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଜିଲ୍ଲା  ସମ୍ପାଦକ ବାବୁଲାଲ ମହାନ୍ତ, ସହ ସମ୍ପାଦକ ଚନ୍ଦନ ବୋଇପାଇ, ନାରଦପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ କିଶୋର କୁମାର ନାଏକ, ପୂର୍ବତନ ସରପଞ୍ଚ ସୁଶୀଲ କୁମାର ନାଏକ, ନାରଦପୁର ସରପଞ୍ଚ  ଶ୍ରୀମତୀ ହେମନ୍ତୀ ମୁଦିଙ୍କ ସମେତ ଜଗନ୍ନାଥପୁର ତାରିଣୀ ଟ୍ରଷ୍ଟ କମିଟିର ସଦସ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ନାରଦପୁର ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଫ୍ଲାଗମାର୍ଚ୍ଚ କରି ଉକ୍ତ ବନ୍ଧ ନିକଟକୁ ପହଞ୍ଚିଥିଲେ। କେନ୍ଦୁଝରରୁ ନୌବାହିନୀ ଦଳ  ପକ୍ଷରୁ ଜଳ ମଧ୍ୟରେ ନୌକା ଉପରେ ପତାକା ଉତ୍ତୋଳନ କରିବା ସହିତ ପତାକା ଉଡ଼ାଇ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର