କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା, ଚିକିତ୍ସା ଅବହେଳା ଅଭିଯୋଗରେ ହୋହାଲ୍ଲା 

ଭୁବନେଶ୍ବର: ରୋଗୀ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଆଜି କ୍ୟାପିଟାଲ ହସ୍‌ପିଟାଲରେ ଉତ୍ତେଜନା ଦେଖାଯାଇଛି। ସଂପୃକ୍ତ ରୋଗୀର ପରିବାର ଲୋକେ ହୋହାଲ୍ଲା କରିଛନ୍ତି।

ସୂଚନା ଅନୁସାରେ ଦୁର୍ଘଟଣାର ସାମ୍ନା କରିବା ପରେ  ସୁବାସିନୀ ବେହେରା ନାଁରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ହେଲେ ମହିଳାଙ୍କ ହାତ ଭାଙ୍ଗିବା ସହ ମୁଣ୍ଡ ଫାଟି ପ୍ରବଳ ରକ୍ତ ବାହାରୁଥିଲା । ସେହି ସମୟରେ ପ୍ରାଥମିକ ଚିକିତ୍ସା ନ କରି ଡାକ୍ତର ମହିଳାଙ୍କୁ ଏମ୍‌ସ  ମେଡିକାଲକୁ ରେଫର୍ କଲେ। ଏହାପରେ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଥିଲେ। ସେମାନେ ଡାକ୍ତରଙ୍କୁ ଘେରି ଯାଇଥିଲେ। ଡାକ୍ତରଙ୍କ ମନମାନୀ ଓ ବେପରୁଆ ମନୋଭାବକୁ ଲୋକେ ବିରୋଧ କରିଥିଲେ । ଘଟଣାସ୍ଥଳରେ କ୍ୟାପିଟାଲ ମେଡିକାଲ ଫାଣ୍ଡି ପୁଲିସ ଆସି ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର