ମୋଦୀଙ୍କୁ ପସନ୍ଦ କରିଥିବାରୁ ଧନ୍ୟବାଦ ଜଣାଇଲେ : ମିଠା ଖାଇ ଖୁସି ମନାଇଲେ ବିଜେପି କର୍ମକର୍ତ୍ତା

ଭୁବନେଶ୍ୱର : ଏବିପି-ସି ଭୋର୍‌ ପକ୍ଷରୁ ହୋଇଥିବା ଜନମତ ସର୍ଭେରୁ ଜଣାପଡିଛି ଯେ ସାରା ଦେଶର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ ପସନ୍ଦ କରୁଛନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ଶ୍ରେଷ୍ଠ ପ୍ରଶ୍ନରେ ଦେଶର ୬୦ ପ୍ରତିଶତ ଜନତା ମୋଦୀଙ୍କୁ ପସନ୍ଦ କରିଛନ୍ତି । ସେହିପରି ଓଡ଼ିଶାର ୯୧ ପ୍ରତିଶତ ଜନତା ମୋଦୀ ସରକାରଙ୍କ କାମରେ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କାର୍ଯ୍ୟଧାରାକୁ ରାଜ୍ୟବାସୀ ପସନ୍ଦ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର କାର୍ଯ୍ୟକର୍ତାମାନେ ଏକାଠି ହୋଇ ପରସ୍ପରକୁ ମିଠା ଖୁଆଇ ଓଡ଼ିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ମୋଦୀ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଶାସନକୁ ଆଧାର କରି ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ବିଜେପି ନେତୃବୃନ୍ଦ କହିଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଦିଲୀପ ମହାନ୍ତି, ଯତୀନ ମହାନ୍ତି, ଠାକୁର ରଞ୍ଜିତ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର