ରଥ ଦେଖିବାକୁ ଯିବା ବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ

ବେତନଟୀ: ବାରିପଦା ରଥ ଦେଖିବାକୁ ଯାଉଥିବା ବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୪ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ; ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଅଞ୍ଚଳର ୬ଜଣ ଯୁବକ ଏକ କାର୍‌ ଯୋଗେ (ଓଡି-୦୧ଏପି-୧୭୮୫) ବାରିପଦା ଯାଉଥିବା ବେଳେ ବେତନଟୀ ଥାନା ଅଧୀନ ତାରାକୋଠି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣାରେ କାର୍‌ରେ ଥିବା ବିଦ୍ବାନ ସୋରେନ (୨୧), ଜଗନ୍ନାଥ ମୁର୍ମୁ (୨୮), ପ୍ରଭୁ ଦତ୍ତ (୨୫), ଯୋଗେଶ କିସ୍କୁ (୨୫) ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ବେତନଟୀ ଥାନା ଏସ୍‌ଆଇ ବଳରାମ ମହାରଣା ପହଞ୍ଚି କାର୍‌ଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର