ଗାଡ଼ି ଚକ ତଳେ ଶୋଇଲେ ଡ୍ରାଇଭର

ପାଟଣା: ରାଜ୍ୟ ବ୍ୟାପୀ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଆଜି ଅପରାହ୍‌ଣରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁଶୁଳିଠାରେ ଡ୍ରାଇଭରମାନେ ଗାଡ଼ି ଚକା ତଳେ ଶୋଇ ପ୍ରତିବାଦ କରିଛନ୍ତି। ପାଟଣା ବ୍ଲକ୍‌ ଡ୍ରାଇଭର ସଂଘର ଶହଶହ ସଂଖ୍ୟାରେ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଥିଲେ।

ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥରେ ଶତାଧିକ ଟ୍ରକ୍‌ ଅଟକି ରହିଥିଲା। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ଆଜି ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଥିଲେ। ଅପରାହ୍‌ଣରେ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଚଳାଚଳ ସ୍ବାଭାବିକ କରିବା ପାଇଁ ଉଦମ୍ୟ କରିଥିଲା। ଏହି ସମୟରେ ଡ୍ରାଇଭରମାନେ ଗାଡ଼ି ଚକା ତଳେ ଶୋଇ ପଡ଼ିଥିଲେ। ଏହାକୁ କେନ୍ଦ୍ରକରି କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଡ୍ରାଇଭରମାନଙ୍କୁ ବୁଝାସୁଝା କରିବା ପରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର