ଦେଓଗାଁ ରେଳ ଷ୍ଟେସନ ବୁଲି ଦେଖିଲେ ଡିଆର୍‌ଏମ୍‌

ଦେଓଗାଁ: ଶନିବାର ଦେଓଗାଁ ରେଳ ଷ୍ଟେସନକୁ ସମ୍ବଲପୁର ଡିଆର୍‌ଏମ୍‌ ପ୍ରଦୀପ କୁମାର ପରିଦର୍ଶନ କରିଥିଲେ। ଏହି ସମୟରେ ଶ୍ରୀ କୁମାରଙ୍କୁ ଦେଓଗାଁ ଷ୍ଟେସନରେ ଉପସ୍ଥିତଥିବା ଅଞ୍ଚଳବାସୀ ଷ୍ଟେସନର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ଷ୍ଟେସନରେ ପିଇବା ପାଣି, ଷ୍ଟେସନରେ ନିମ୍ନମାନର ନିର୍ମାଣ କାମ ସଂର୍ପକରେ ଅଭିଯୋଗ କରିଥିଲେ। କୋଭିଡ ଯୋଗୁଁ ୨୦୨୦ ମାର୍ଚ୍ଚରୁ ବନ୍ଦ ଥିବା ସମ୍ବଲପୁର-କୋରାପୁଟ ଟ୍ରେନ୍‌ ପୁଣି ଚଳାଇବାକୁ ଅନୁରୋଧ କରିଥିଲେ।

ସେହିପରି ବହୁ ଦିନରୁ ହୋଇଥିବା ଆସୁଥିବା ଏକ୍ସପ୍ରେସ ଟ୍ରେନ୍‌ ରହଣି ଦାବି ଦୋହରାଇଥିଲେ। ଆସନ୍ତା ୧୬ ତାରିଖ ଦିନ ଦକ୍ଷିଣ-ପୂର୍ବତଟ ରେଲୱେ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଆସିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର