ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲା ସ୍ବାମୀ

ସମ୍ବଲପୁର: ଜଣେ ମହିଳା ଶୋଇଥିବା ବେଳେ ରାତି ଅଧରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ସ୍ବାମୀ। ଟାଉନ୍‌ ଥାନା ସାହୁ କଲୋନିରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ସାହୁ କଲୋନିର ଲଳିତା ଦେବୀ(୩୬) ଶୋଇଥିବା ବେଳେ ତାଙ୍କ ସ୍ବାମୀ ଜୟ ପ୍ରକାଶ ପ୍ରଥମେ ତକିଆରେ ମୁହଁକୁ ଚାପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଲଳିତା ଉଠିପଡ଼ିବାରୁ କିଛି ନୁହଁ ବୋଲି କହି ଶୋଇ ପଡ଼ିଥିଲେ। ଲଳିତା ବି ଶୋଇପଡ଼ିଲେ। କିଛି ସମୟ ପରେ ଲଳିତାଙ୍କ ଦେହରେ ନିଆଁ ଲଗାଇ ବାହାରୁ ଲକ୍‌ କରି ଜୟ ଫେରାର୍‌ ହୋଇଯାଇଥିଲେ। ନିଆଁ ଲାଗିବାରୁ ଲଳିତାଙ୍କ ନିଦ ଭାଙ୍ଗି ଯାଇଥିଲା। ତୁରନ୍ତ ଗାଧୁଆଘରକୁ ଯାଇ ପାଣି ଢାଳିବାରୁ ନିଆଁ ଲିଭିଥିଲା। କିନ୍ତୁ ସେତବେଳକୁ ତାଙ୍କ ଶରୀରର ଅଧାରୁ ଅଧିକ ଅଂଶ ଜଳି ଯାଇଥିଲା। ଲଳିତା ଶୁକ୍ରବାର ଏ ନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର