ମନ୍ତ୍ରୀଙ୍କୁ ଭେଟିଲା ଶୀତଳଷଷ୍ଠୀ ଯାତ୍ରା କମିଟି

ସମ୍ବଲପୁର: ଆଜି ଶୀତଳଷଷ୍ଠୀ ଯାତ୍ରା ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ଆଇନ ମନ୍ତ୍ରୀ ପ୍ରତାପ ଜେନା, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଶୀଳତଷଷ୍ଠୀ ଯାତ୍ରାକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ସମ୍ବଲପୁରର ଏହି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ‌ଯେମିତି ଦେଶ ଓ ରାଜ୍ୟର ପ୍ରମୁଖ ପର୍ବ ଭାବେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗରେ କ୍ୟାଲେଣ୍ଡର ସ୍ଥାନ ପାଇବ, ସେ ଦିଗରେ ପ‌ଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ରାଜ୍ୟର ଆଇନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ ଏବଂ ରେଂଗାଲି ବିଧାୟକ ନାଉରୀ ନାୟକ ଉପସ୍ଥିତ ଥିଲେ। ସେହିପରି ବିଧାୟକ ନାଉରୀଙ୍କ ନେତୃତ୍ବରେ ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବ‌ନେଶ୍ବର ବିମାନ ବନ୍ଦରରେ ଏବଂ ରୋହିତଙ୍କ ନେତୃତ୍ବରେ ପ୍ରଣବ ପ୍ରକାଶ ଦାସଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ମିଳିତ କ୍ରିୟାନୁଷ୍ଠାନ କମିଟିର ସୁଶାନ୍ତ ପୁରୋହିତ, ଫଣିଭୂଷଣ ମିଶ୍ର, ସରୋଜ ଦଲପତ, ପାର୍ଥ ସାରଥୀ ମିଶ୍ର, ସମୀର ରଂଜନ ବାବୁ, ପ୍ରଭୁଦତ୍ତ ପଣ୍ଡା, ପ୍ରଶାନ୍ତ ବରେଇ, ବାଳଗୋପାଳ ନନ୍ଦ, ସୁନୀଲ ଦାଶ, ସୁରେଶ ଦାଶ, ଲକ୍ଷ୍ମୀ ନାରାୟଣ ପଟେଲ, ଦୁର୍ଗା ପଟେଲ, ଅମୂଲ୍ୟ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର