ପୁଅର ଆତ୍ମହତ୍ୟାର କେଇ ଘଣ୍ଟା ପରେ ମା’ ମୃତ

ବରଗଡ଼: ମଂଗଳବାର ବରଗଡ଼ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅ ଆତ୍ମହତ୍ୟା କରିବାର କେଇ ଘଣ୍ଟା ପରେ ରୋଗାକ୍ରାନ୍ତ ମା’ର ମୃତ୍ୟୁ ଘଟିଛି। ସକାଳୁ ହଳଦୀପାଲିସ୍ଥିତ ଢାବା ପଛପାଖ ତେନ୍ତୁଳି ଗଛରୁ ଏକ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ମୃତକ ଜଣକ ଭଟଲି ରୋଡ୍‌ ପାଖରେ ରହୁଥିବା ରାଜା ପଟ୍ଟନାୟକ (୫୩)। ପୁଲିସ୍‌ ଘଟଣାସ୍ଥଳ‌େର ପହଂଚି ଶବ ଜବତ କରିଥିଲା। ଏହାର କିଛି ଘଣ୍ଟା ପରେ ଦୀର୍ଘ ଦିନରୁ ଅସୁସ୍ଥ ଥିବା ତାଙ୍କ ମା’ ଲିଲି ପଟ୍ଟନାୟକଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ତେବେ ରାଜା କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ ଏବେ ଦୁଃଖରେ ଭାଂଗି ପଡ଼ିଛନ୍ତି। ଘଟଣାଟି ସହରରେ ଚର୍ଚ୍ଚାର ପ୍ରସଂଗ ପାଲଟିଛି।

ସମ୍ବନ୍ଧିତ ଖବର