ସେଣ୍ଟ୍ରିଂ କରୁଥିବା ବେଳେ ତଳେ ପଡ଼ି ରାଜମିସ୍ତ୍ରି ମୃତ

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ଧାଙ୍ଗେରପାଲି ଗ୍ରାମରେ ଘର ନିର୍ମାଣ ପାଇଁ ସେଣ୍ଟ୍ରିଂ କରୁଥିବା ସମୟରେ ଜଣେ ରାଜମିସ୍ତ୍ରି ତଳେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ବର୍ଷିରଙ୍କା ଗ୍ରାମର ହଲିମ୍ ସେକ୍ (୨୫)।

ଧାଙ୍ଗେରପାଲି ଗ୍ରାମର ଜନୈକ ବ୍ୟକ୍ତିଙ୍କ ନୂତନ ଘରର ଛାତ ପାଇଁ  ହଲିମ୍ ସେଣ୍ଟ୍ରିଂ କରୁଥିଲେ। ଏହି ସମୟରେ ସେ ହଠାତ୍‌ ଉପରୁ ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ନିକଟରେ ଥିବା ସହଯୋଗୀମାନେ ତାଙ୍କୁ ବରପାଲି ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଖବର ପାଇ ଡାକ୍ତରଖାନାରେ ପହଂଚି ବ୍ୟବଚ୍ଛେଦ ପାଇଁ ଶବକୁ ବରଗଡ଼ ପଠାଇ ତାଙ୍କ ପରିବାର ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର