ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଚା’ ଦୋକାନୀ: ବାଣ୍ଟିଲେ ୮୦ ଲିଟର୍‌ କ୍ଷୀରର ଚା’, ହଜାରେ ରସଗୋଲା

ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳିଛନ୍ତି ପୁରୀ କଚେରୀ ଛକରେ ଥିବା ଚା’ ଦୋକାନୀ ଅକ୍ଷୟ ଜୟସିଂହ। ପ୍ରତିବର୍ଷ ନିଆରା ଉପାୟରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳି ଆସୁଥିବା ଅକ୍ଷୟ ୭୨ତମ ଜନ୍ମଦିନରେ ନିଜ ଚା’ ଦୋକାନରେ ୧ହଜାର ରସଗୋଲା ମାଗଣାରେ ବାଣ୍ଟିଛନ୍ତି। ସେହିଭଳି ୮୦ ଲିଟର କ୍ଷୀରରେ ପ୍ରସ୍ତୁତ ପ୍ରାୟ ୮୦୦ କପ ଚା’ ବି ମାଗଣାରେ ବାଣ୍ଟିଛନ୍ତି। ଏହି ଅବସରରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ। ବିଧାୟକ ଓ ଅନ୍ୟମାନେ ଅକ୍ଷୟଙ୍କ ସହ ଜନ୍ମଦିନ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କେକ୍‌ ବି କାଟିଥିଲେ।

ଅକ୍ଷୟ କହିଛନ୍ତି, ୨୦୧୪ ମସିହାରୁ ସେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳି ଆସୁଛନ୍ତି। ଚଳିତବର୍ଷ ଚା’ ସହ ରସଗୋଲା ବାଣ୍ଟିଛନ୍ତି। ଜନ୍ମଦିନ ଉପଲକ୍ଷେ ସେ ପ୍ରଧାନମନ୍ତ୍ରୀଙ୍କୁ ଗତ ୯ ତାରିଖରେ ଏକ ଚିଠି ଲେଖି ଶୁଭେଚ୍ଛା ଜଣାଇଥିଲେ। ଏହି ଚିଠି ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତାଙ୍କୁ ମେସେଜ୍‌ ଜରିଆରେ କୃତଜ୍ଞତା ଜଣାଯାଇଛି। ଆଜିର ଏହି କାର୍ଯ୍ୟକ୍ରମକୁ ଉମାକାନ୍ତ‌ ବେହେରା, ସୌମ୍ୟରଂଜନ ପାତ୍ର, ବସନ୍ତ କର ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର