ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା ଜାରି: ଆଜି ପିଟିସନ୍‌ର ଶୁଣାଣି

ବ୍ରହ୍ମପୁର : ନ୍ୟାୟ ଗୁହାରି କରି ଶ୍ବଶୁର ଘର ଆଗରେ ଧାରଣାରେ ବସିଛନ୍ତି ବୋହୂ ତପସ୍ବିନୀ ଦାଶ। ସୋମବାର ତାଙ୍କର ପିଟିସନ୍‌(ଏମ୍‌ସି ନମ୍ବର-୩୪୪/୨୧) ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ଗତକାଲି ପିଟିସନ୍‌ ଉପରେ ଶୁଣାଣି ହୋଇଥିଲା। କୋର୍ଟ ଗୋଟିଏ ପକ୍ଷର ଯୁକ୍ତି ଶୁଣିଥିଲେ। ପରବର୍ତ୍ତୀ ଶୁଣାଣି ତାରିଖ ସୋମବାରକୁ ଧାର୍ଯ୍ୟ କରାଯାଇଛି। ସେପଟେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ବିନୀଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

ୱାନ୍‌ଷ୍ଟପ୍‌ ସେଣ୍ଟର୍‌ ସଖୀ କେନ୍ଦ୍ରରେ ରଖିବା ପାଇଁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ବୋହୂ ତପସ୍ବିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ପୁଣିଥରେ ଧାରଣାସ୍ଥଳକୁ ଚାଲି ଯାଇଥିଲେ। ରବିବାର ମଧ୍ୟ ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଆଗରେ ସେ ଧାରଣା ଜାରି ରଖିଛନ୍ତି। ତାଙ୍କର ଧାରଣା ସପ୍ତମ ଦିନରେ ପହଞ୍ଚିଛି।

ଶ୍ବଶୁର ଘରେ ରହିବା ଦାବି ନେଇ ଗତ ୨୨ତାରିଖରୁ ତପସ୍ବିନୀ ଧାରଣା ଜାରି ରଖିଛନ୍ତି। ତାଙ୍କୁ କେହି ନ୍ୟାୟ ନଦେବାରୁ ଶେଷରେ ସେ କୋର୍ଟର ଆଶ୍ରୟ ନେଇଥିଲେ। ଶ୍ବଶୁର ଘରେ ରହିବାକୁ ଅନୁମତି ଦେବା ପାଇଁ ଏସ୍‌ଡିଜେଏମ୍‌ କୋର୍ଟରେ ପିଟିସନ୍‌ ରୁଜୁ କରିଥିଲେ। ସେପଟେ ତପସ୍ବିନୀଙ୍କ ଶ୍ବଶୁର ଓ ସ୍ବାମୀ କୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାକୁ ପାଳନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର