ହୀରାକୁଦ ଜଳସ୍ତର ୬୦୦ ଫୁଟ୍‌ ଟପିଲା

ସମ୍ବଲପୁର: କିଛି ଦିନ ୬୦୦ ଫୁଟ୍‌ ତଳେ ରହିବା ପରେ ମଙ୍ଗଳବାର ହୀରାକୁଦ ଜଳସ୍ତର ପୁଣିଥରେ ୬୦୦ ଫୁଟ୍‌ ଛୁଇଁଛି। ତେଣୁ ମଙ୍ଗଳବାର ଆଉ ଗୋଟିଏ ଗେଟ୍ ଖୋଲା ଯାଇଛି। ସଂଧ୍ୟା ୬ଟା ବେଳକୁ ଜଳସ୍ତର ୬୦୦.୦୪ ଫୁଟ୍‌ରେ ପହଞ୍ଚିଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୭୯,୮୨୯ କ୍ୟୁସେକ୍‌ ପାଣି ପ୍ରବେଶ କରୁ ଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୭୩,୯୯୭ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ଉଭୟ ବାମ ଓ ଡାହାଣ ପାର୍ଶ୍ବର ୨ଟି ଲେଖାଏଁ ସ୍ଲୁଇସ୍ ଗେଟ୍ ଅର୍ଥାତ ୪ଟି ଗେଟ୍‌ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଥିଲା।

ସେହି ସମୟରେ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୧୬ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୫୨,୬୩୬ କ୍ୟୁସେକ୍‌, ଖଇରମାଳରେ ୧ ଲକ୍ଷ ୩୦ ହଜାର କ୍ୟୁସେକ୍‌, ବରମୂଳରେ ୧,୨୮,୭୫୦ କ୍ୟୁସେକ୍‌, ମୁଣ୍ଡଳିଠାରେ ୯୭,୮୦୦ କ୍ୟୁସେକ୍‌ ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ୧୨.୭୪ ମିଲିମିଟର୍‌ ଓ ତଳ ମୁଣ୍ଡରେ ୨୯.୨୫ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର