ଉତ୍ସବ ପ୍ରଧାନପାଟର ତୃତୀୟ ସନ୍ଧ୍ୟା

ଦେବଗଡ଼: ସଂସ୍କୃତି ବିଭାଗ ଓଡ଼ିଶା ସରକାର ଓ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ପ୍ରଧାନପାଟ ଜଳପ୍ରପାତ ନିକଟସ୍ଥ ବଡ଼ବଗିଚା ଠାରେ ଉତ୍ସବ ପ୍ରଧାନପାଟ-୨୦୨୩ ଆଜି ତୃତୀୟ ସଂଧ୍ୟାରେ ପ୍ରବଳ ଜନସାମଗମ ଦେଖିବାକୁ ମିଳିଥିଲା। ଗାୟକ ଭିକ୍ଟର ଦେ ବଲିଉଡ଼ର ବହୁ ସୁପରହିଟ ଗୀତ ପରିବେଷଣ କରି ଦର୍ଶକଙ୍କ ମନ କିଣି ନେଇଥିଲେ। ସେହିପରି ଓଡିଶୀ ନୃତ୍ୟ, ଗୋଟିପୁଅ ନୃତ୍ୟ ଓ ପାଇକ ଆଖଡ଼ା ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା।

ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର କଳା, ସଂସ୍କୃତି ପର୍ଯ୍ୟାଲୋଚନା କଲେ ବେଶ ଅତୁଳନୀୟ ଏବଂ ଉକ୍ତ ଉତ୍ସବ ମାଧ୍ୟମରେ ଲୁକାୟିତ କଳା ତଥା ଲୋକନୃତ୍ୟ ଲୋକଲୋଚନକୁ ଆସି ପାରିବ‌। ଦେବଗଡ଼ର ଉତ୍ସବ ପ୍ରଧାନପାଟ ବେଶ ନିଆରା ଏବଂ ସାରା ରାଜ୍ୟରେ ଏହି ଉତ୍ସବ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କଳା, ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିବାକୁ ଉକ୍ତ ମହୋତ୍ସବ ଆୟୋଜନ କରାଯାଇଛି ତେବେ ଉତ୍ସବ ପ୍ରଧାନପାଟକୁ ଅଧିକରୁ ଅଧିକ ଉନ୍ନତି କରିବା ସହିତ ପ୍ରତ୍ୟେକ ବର୍ଷ ଭିନ୍ନ ଢଙ୍ଗରେ କାର୍ଯ୍ୟକ୍ରମ ଆୟ‌ୋଜନ କରାଯାଉଛି। ଅଗାମୀ ବର୍ଷ ମଧ୍ୟ ଏକ ନୂଆ ରୂପରେ ଉତ୍ସବ ପ୍ରଧାନପାଟ ଆୟୋଜନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଘଡେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହା ସହିତ ଚାଷୀ ଏବଂ ଆଦିବାସୀମାନଙ୍କର ଉନ୍ନତି ହେବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୁକାସ ପ୍ରଧାନ ଯୋଗ ଦେଇ ନିଜର ଉତ୍ସବ ପ୍ରଧାନପାଟ ଅବସରରେ ନିଜର ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଡିଆଇପିଆର୍‌ଓ ମନୋରଞ୍ଜନ ସୂତାର ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ। ଏହାପରେ ଓଡ଼ିଶୀ ନୃତ୍ୟ, ଗୋଟିପୁଅ, ପାଇକ ଆଖଡା ତଥା ବିଭିନ୍ନ ସ୍ଥାନୀୟ କଳାକାରଙ୍କ ଦ୍ବାରା ବିଭିନ୍ନ ଲୋକନୃତ୍ୟ ପରିବେଷଣ ହୋଇଥିଲା। ପରେ ଗାୟକ ଭିକ୍ଟର ଦେ ଏବଂ ତାଙ୍କର ଟିମ୍‌ ଦ୍ବାରା ବିଭିନ୍ନ ଗୀତ ଗାଇବା ସହିତ ଦର୍ଶକମାନଙ୍କୁ ମତୁଆଲା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର