କୋଭିଡ୍‌ର ସୁପରିଚାଳନା ପାଇଁ ୩ ଆଇଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ୩ ଜଣ ଆଇଏଏସ୍‌ ଅଧିକାରୀଙ୍କୁ କୋଭିଡ୍‌ ପରିଚାଳନାରେ ସହଯୋଗ କରିବାକୁ ସରକାର ଦାୟିତ୍ବ ଦେଇଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ବିଧିବଦ୍ଧ ଭାବେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ବି ମୁଖ୍ୟ ଶାସନ ସଚିବଙ୍କ ଲୋକସମ୍ପର୍କ ଅଧିକାରୀ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସୂଚନା ମୁତାବକ ମହିଳା ଓ ଶିଶୁ ବିକାଶ ବିଭାଗର ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଥିବା ଅରବିନ୍ଦ ଅଗ୍ରଵାଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୋଭିଡ୍‌ ପରିଚାଳନାରେ ସହଯୋଗ କରିବେ। ଏହାସହିତ ଓପେପା ନିର୍ଦ୍ଦେଶକ ତଥା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଥିବା ଭୂପିନ୍ଦର ସିଂହ ପୁନିଆଙ୍କୁ କୋଭିଡ୍‌ ଚିକିତ୍ସାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଦାୟିତ୍ବ ନ୍ୟସ୍ତ କରାଯାଇଛି।

ସମ୍ବନ୍ଧିତ ଖବର