ଧରାପଡିଲେ ଟାଇଲ ଚୋର, ୧୬ ପ୍ୟାକେଟ୍ ଟାଇଲ ଜବତ

ଜୟପୁର: ଜୟପୁର ସଦରଥାନା ଅନ୍ତର୍ଗତ ଦୁବୁଲି ଅଞ୍ଚଳରେ ଗୋଟିଏ କୋଠା ନିର୍ମାଣ ହେଉଥିବା ବେଳେ ସେଠାରୁ ତାଲା ଭାଙ୍ଗି ଟାଇଲ ଚୋରି ହୋଇଥିବା ମାମାଲାରେ ପୁଲିସ ୪ ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜୟପୁର ସଦରଥାନା ଅନ୍ତର୍ଗତ ଦୁବୁଲି ଗ୍ରାମର ରାଜୁ ପରଜା (୩୫), ଘାସି ପରଜା (୧୯), ଅଭି ପରଜା (୨୨) ଓ ଡମ୍ବୁରୁ ପରଜା। ‌ଅଭିଯୁକ୍ତମାନଙ୍କଠାରୁ ୧୬ ପ୍ୟାକେଟ୍ ଟାଇଲ୍ ଜବତ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆଦିତ୍ୟ ମହାକୁର କହିଛନ୍ତି।

ସୂଚନା ଅନୁଯାୟୀ, ଜୟପୁର ବ୍ଲକ ଅନ୍ତର୍ଗତ ବାରିଣୀପୁଟ ଗ୍ରାମର ଗଦାଧର ଧଳ ଦୁବୁଲିଠାରେ ନୂତନ ଘର ନିର୍ମାଣ କରୁଛନ୍ତି। ସେଠାରେ ଟାଇଲ ଆବଶ୍ୟକତା ଯୋଗୁଁ ଗତକାଲି ସନ୍ଧ୍ୟାରେ ଗଦାଧର ଟାଇଲ କିଣି ନୂତନ ଘରେ ରଖିଥି‌ଲେ। ଆଜି ସକାଳୁ ଯାଇ ଦେଖିବା ବେଳକୁ ତାଲା ଭାଙ୍ଗି ପଡିଥିବା ବେଳେ୧୬ ପ୍ୟାକେଟ୍ ଟାଇଲ ମିଳିନଥିଲା। ଟାଇଲର ମୂଲ୍ୟ ପାଖାପାଖି ୪୭ ହଜାର ଟଙ୍କା ହେବ। ଏନେଇ ପୂର୍ବାହ୍ନ ୧୦ଟା ବେଳେ ଗଦାଧର ସଦରଥାନରେ ଲିଖିତ ଅଭିଯୋଗ ଦେଇଥିଲେ। ଥାନାରେ ୧୧୨/୨୧ ନମ୍ବରରେ ମାମଲା ରୁଜୁ କରି ଏଏସ୍‌ଆଇ ଏମ୍‌.ଆର. ସାହୁ ଘଟଣାର ତଦନ୍ତ କରି କିଛି ଘଣ୍ଟା ମଧ୍ୟରେ ୪ ଜଣ ଅଭିଯୁକ୍ତ ଗିରଫ କରିଥିଲେ। ସେମାନଙ୍କଠାରୁ ୧୬ ପ୍ୟାକେଟ୍ ଟାଇଲ ଜବତ କରିଥିଲେ।

ସମ୍ବନ୍ଧିତ ଖବର