ଦୋକାନ ଭିତରକୁ ପଶିଗଲା ଟିପ୍‌ର

ଲହୁଣୀପଡ଼ା : ଏକ ବାଲିବୋଝେଇ ଟିପର (ଓଆର୍‌ ୧୬ସି ୧୦୫୯) ଆଜି ଭୋର୍‌ରେ ନିୟନ୍ତ୍ରଣ ହରାଇ ଲହୁଣୀପଡ଼ା ମୁଖ୍ୟ ରାସ୍ତା କଡ଼ରେ ଥିବା ଦୁଇଟି ଦୋକାନକୁ ମାଡ଼ିଯାଇଥିଲା। ତେବେ ଦୋକାନରେ କେହି ନଥିବାରୁ ଜୀବନ ହାନୀ ଘଟିନାହିଁ। ଟିପର ଧକ୍କାରେ ଋଷଭ ଜୟଶ୍ୱାଲଙ୍କ ଦୋକାନ ଘର ଚୁରମାର ହେବା ସହ ଭିତରେ ଥିବା ସାମଗ୍ରୀ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ ବ୍ୟସ୍ତବହୁଳ ରାସ୍ତାଟି ଜାମ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଲହୁଣୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟିପରକୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଦୁର୍ଘଟଣା ଘଟାଇ ଟିପର ଚାଳକ ଗାଡ଼ି ଛାଡି ଫେରାର ହୋଇଯାଇଛି। ପୁଲିସ ଗାଡ଼ି ଜବତ କରିଛି।

ସମ୍ବନ୍ଧିତ ଖବର