ପ୍ରେମ ବିବାହର ୬ମାସ ପରେ ଯୌତୁକ ଦାବି କରି ପତ୍ନୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା !

ଜୟପୁର: ପ୍ରେମ ବିବାହ କରି ପ୍ରଥମେ କିଛି ଯୌତୁକ ନ ମାଗି ପରେ ଶାରିରୀକ, ମାନସିକ ନିର୍ଯ୍ୟାତନା ଦେବା ସହ ଯୌତୁକ ଦାବି କରିଥିବା ଭଳି ମାମଲା ମହିଳା ଥାନାରେ ରୁଜୁ ହୋଇଛି। ନୂଆସାହି ୫ମ ଲାଇନର ଯୁବକ ଜଗା ପାତ୍ର ରାଜୁ ସାହିର ହେମଲତା ନାୟକଙ୍କ ସହ ପ୍ରଥମେ ପ୍ରେମ ସଂପର୍କ ସ୍ଥାପନ କରିଥିଲେ। ତା ପରେ ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ବାହା ହୋଇ ନଥିଲେ।

ତେବେ ଗତ ୨୦୧୯ମସିହାରେ ହେମଲତାଙ୍କୁ ନେଇ ଜଗା ବିକ୍ରମନଗରରେ ଏକ ଭଡ଼ାଘରେ ସେହିଭଳି ରଖିଥିଲେ। ସେଠାରେ ରହିବାର ମାତ୍ର ୬ମାସ ପରେ ଜଗା ଯୌତୁକ ଦାବି କରି ହେମଲତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟତନା ଦେଇ ଆସୁଥିଲେ। ଏହାରି ମଧ୍ୟରେ ଉଭୟ ପରିବାରର ଲୋକେ ଗତ ମାର୍ଚ୍ଚ ମାସରେ କୋର୍ଟ ମ୍ୟାରେଜ କରିଥିଲେ। ଗତ ଜୁନ ୨ତାରିଖରେ ହେମଲତା ଗୋଟିଏ ଝିଅ ପ୍ରସବ କରିଥିଲେ। ଏହା ପର ଠାରୁ ଜଗା ଝିଅକୁ ଦେଖିବା ପାଇଁ ଆସିନଥିଲେ। କି ହେମଲତାଙ୍କ ସହ କଥାବାର୍ତ୍ତା ଦେଖା ଶୁଣା ବି କରିନଥିଲେ । ଶେଷରେ ହେମଲତା ନିଜ ଅଭିଭାବକଙ୍କ ଘରକୁ ପଳାଇ ଆସିଥିଲେ। ସେ ଆଜି ମହିଳା ଥାନାରେ ଏ ନେଇ ଅଭିଯୋଗ କରିବା ପରେ ମହିଳା ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ। ଏହାର ତଦନ୍ତକାରୀ ଅଧିକାରୀ ଏଏସଆଇ ଦୁର୍ଗା ପ୍ରସାଦ ବ୍ରହ୍ମା ଘଟଣାର ଅଧିକା ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର