ଚଣ୍ଡିଖୋଲରୁ ପାରାଦୀପ ଟ୍ରକ ଜାମ୍‌

ଚଣ୍ଡିଖୋଲ: ଚଣ୍ଡିଖୋଲରୁ ପାରାଦୀପ ପର୍ଯ୍ୟନ୍ତ ଲମ୍ବିଥିବା ୫୩ ନମ୍ବର ଜାତୀୟ ରାଜପଥରେ ସାଧ‌ାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଚଣ୍ଡିଖୋଲରୁ ପାରାଦୀପ ପର୍ଯ୍ୟନ୍ତ ରାଜପଥର ବାମପାର୍ଶ୍ଵରେ ଲୁହାପଥର ଗୁଣ୍ଡ ବୋଝେଇ ଶହଶହ ଟ୍ରକ ଗତ ଦୁଇଦିନ ହେଲା ଅଟକି ରହିଛନ୍ତି। ଏହି ଚଳଚଞ୍ଚଳ ରାଜପଥଟି ଏବେ ସମସ୍ୟା ଘେରକୁ ଆସିଯାଇଛି। ଟ୍ରକ ଚାଳକ ଓ ହେଲପର ଖାଇବା ପାଇଁ ସମସ୍ୟା ଭୋଗୁଛନ୍ତି। ସାଧାରଣ ଲୋକଙ୍କ ଯାତାୟାତ ସହିତ ଦୁଇ ଓ ଚାରି ଚକିଆ ଯାନ ଚଳାଚଳରେ ଅସୁବିଧା ହେଉଛି। କୋଭିଡ୍‌ ପୂର୍ବରୁ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା।

ପାରାଦୀପରେ ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକରୁ ମାଲ ଖାଲି ହେବାରେ ସମସ୍ୟା ଦେଖାଦେବାରୁ ଏବେ ପୁଣି ଟ୍ରକ ସବୁ ଅଟକି ରହୁଛି। ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି। ନୂତନ ୮ଲେନ୍‌ ରାସ୍ତା ନିର୍ମାଣକୁ ତ୍ବରାନ୍ବିତ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର