ପାକିସ୍ତାନ ଡ୍ରୋନ ପକାଇଥିଲା, ମିଳିଲା ସୀମାନ୍ତରୁ ୬ କେଜି ହେରୋଇନ

ଅମୃତସର: ପଞ୍ଜାବ ସୀମାନ୍ତରୁ ସୋମବାର ସୀମା ସୁରକ୍ଷା ବଳ(ବିଏସଏଫ) ୬ କେଜି ହେରୋଇନ ଜବତ କରିଛି। ବି‌ଏସଏଫର ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସୀମାରେ ଯାଞ୍ଚ ଚାଲିଥିବାବେଳେ ପଞ୍ଜାବର ଅମୃତସର ଜିଲ୍ଲାର ତୁର ଗ୍ରାମ ନିକଟରୁ ଏହି ହେରୋଇନ ମିଳିଥିଲା।

ପାକିସ୍ତାନ ଡ୍ରୋନ ଦ୍ବାରା ଏହି ନିଶା ଦ୍ରବ୍ୟ ପକାଯାଇଥିବା ଅନୁମାନ କରାଯାଉଛି। ସୀମାନ୍ତରେ ପାକିସ୍ତାନ ସବୁବେଳେ ଏଭଳି ବିଶୃଙ୍ଖଳା ସୃଷ୍ଟି କରୁଥିବାବେଳେ ଭାରତ ଏହାର କଡା ଜବାବ ଦେଉଛି।

ସମ୍ବନ୍ଧିତ ଖବର