ଇଞ୍ଜିନ୍‌-ମାଲ୍‌ବାହୀ ଟ୍ରେନ୍‌ ଧକ୍କା

ରାଉରକେଲା : ଆଜି ଭୋର୍‌ ୪ଟାରେ ବନ୍ଧମୁଣ୍ଡା ରେଲେଓ୍ଵ ୟାର୍ଡ ଜି କ୍ୟାବିନ୍‌ ନିକଟରେ ଏକ ମାଲ୍‌ବାହୀ ଟ୍ରେନ ସହ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଭିତରକୁ ଯାଉଥିବା ଏକ ଲାଇଟ୍‌ ଇଞ୍ଜିନ୍‌ ଧକ୍କା ହୋଇଛି। ଷ୍ଟେସନ୍‌ ଭିତରେ ଟ୍ରେନର ଗତି ଧିମା ଥିବାରୁ ବଡ଼ ଧରଣର ଦୁର୍ଘଟଣା ରକ୍ଷା ମିଳିଛି। ତେବେ ଲାଇଟ୍‌ ଇଞ୍ଜିନର ଗୋଟିଏ ପାର୍ଶ୍ୱ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବନ୍ଧମୁଣ୍ଡା ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାୟପୁରରୁ ଟାଟା ଯାଉଥିବା ଏକ ଚାଉଳ ବୋଝେଇ ଟ୍ରେନ୍‌ ବନ୍ଧମୁଣ୍ଡା ରେଲେଓ୍ଵ ୟାର୍ଡକୁ ପ୍ରବେଶ କରୁଥିବା ବେଳେ ଜି କ୍ୟାବିନ ନିକଟ କ୍ରସିଂରେ ଆର୍‌ଏସ୍‌ପିକୁ ଯାଉଥିବା ଖାଲି ଇଞ୍ଜିନ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଇଞ୍ଜିନର ଗୋଟିଏ ପାର୍ଶ୍ୱ ଚେପା ହୋଇ ଯାଇଥିବା ବେଳେ ଇଞ୍ଜିନ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ବିପରୀତ ପାର୍ଶ୍ୱକୁ ଚାଲି ଯାଇଥିଲା। ଦୁର୍ଘଟଣା ପରେ ସେହି ଟ୍ରାକ୍‌ରେ ଦିନ ୧୧ଟା ଯାଏ ରେଳ ଚଳାଚଳ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର