ସ୍ତ୍ରୀ,ଛୁଆ ଗଲେ ଦାଦନ, ସହିନପାରି ମାଲାବାହୀ ଟ୍ରେନ ଆଗରେ ଜୀବନ ହାରିଲେ ବାପା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଏକ ଦାଦନ ଶ୍ରମିକଙ୍କ କରୁଣ କାହାଣୀ ଦେଖିବାକୁ ମିଳିଛି। ସ୍ତ୍ରୀ ଓ ଛୁଆ ଦାଦନ ଖଟିବାକୁ ଗଲାପରେ ସହି ନପାରି ବାପା ମାଲବାହି ଟ୍ରେନ ଆଗରେ ଜୀବନ ହାରିଛନ୍ତି। ବର୍ତ୍ତମାନ ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଖରିଆର ରୋଡ଼ ଷ୍ଟେସନରେ ପ୍ରାୟ ୯ଘଣ୍ଟା ଧରି ଶବ ପଡିରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଶବକୁ ରେଲୱ ପୋଳିସ ନେଇନଥିବା ଜଣାପଡିଛି। ଖବରୁ ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ବେଲକୁଟୁକରୀ ଥାନା ଅନ୍ତର୍ଗତ ଭାନପୁର ଗ୍ରାମର ଶବରପଡ଼ାର ଗୁଲାବ ଶବର (୨୫) ଶନିବାର ଦିନ ସ୍ତ୍ରୀ ଦହନା ଶବର (୨୩) ପୁଆ ଅଜୁନ ଶବର (୨)ଦାଦନ ଖଟିବା ଆହ୍ଲାବାଦ ବହାରିଥିଲେ ସ୍ଥାନୀୟ ଖରିଆର ରୋଡ଼ ଷ୍ଟେସନରୁ ସ୍ତ୍ରୀ ଏବଂ ପୁଅ ଟ୍ରେନରେ ଚଢ଼ିବା ପରେ ଗୁଲାପ ଚଢ଼ି ପରିନଥିଲେ। ଯାହାପାଇଁ ଦୁଇ ଦିନ ହେବ ମାନସିକ ଚାପରେ ରହି ଏପଟସେପଟ ଘୁରି ବୁଲୁଥିଲେ। ସୋମବାର ଦିନ ଦିନ ୧ଟା ବେଲେ ଖରିଆର ରୋଡ଼ ଷ୍ଟେସନରେ ସ୍ତ୍ରୀ ଓ ପୁଅକୁ ମନେ ପକାଇ ଇତସ୍ଥତ ହୋଇପଡିଥିଲେ। ମାନଶିକ ଭାରଶାମ୍ୟ ହରାଇ ନିଜ ଗାଁର ତାଙ୍କ ସାଙ୍ଗକୁ ଆତ୍ମହତ୍ୟା କରିବା ନେଇ ଫେନ ଯୋଗେ ଜଣାଇଥିଲେ । ଯାହକୁ ସାଙ୍ଗ ବାରଣ କରିବା ସହିତ କିଛି ଅସୁବିଧା ନାହିଁ ମୁ ତୁରନ୍ତ ପହଞ୍ଚୁଛି ବୋଲି କହିଥିଲେ। ଠିକ୍ ଏହି ସମୟରେ ଗୁଲାବ ସିଥିବା ଟ୍ରାକ୍‌ରେ ଓଡ଼ିଶା ପଟୁ ଛତିଶଗଡ଼ ପଟେ ଯାଇଥିବା ଏକ କୋଇଲା ମାଲାବାହୀ ଟ୍ରେନ ଅସିଥିଲା। ଗୋଟିଏ ପଟେ ଆତ୍ମହତ୍ୟା କରିଥିବା ଶେଷ ନି‌ଷ୍ପତି ନେଇଥିବା ଗୁଲାପ ମାଲାବାହି ଟ୍ରେନକୁ ରୋକିବା ପାଇଁ ଚେଷ୍ଟା କରିଥିଲା ହେଲେ ଟ୍ରେନ ରୋକି ନଥିଲା। ଯାହାଫଳରେ ମାଲାବାହି ଟ୍ରେନ ସହିତ ମହାମୁହିଁ ଧକ୍କା ହେବା ପରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୃ ହୋଇଥିଲା। ଆକ୍ମମିକ ମୃତ୍ୟୁକୁ ନେଇ ଆଖପାଖର ଲୋକ ଦୁର୍ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ ହେଁ ମୃତକର ପରିଚୟ ମିଲିପାରି ନଥିଲା। ପରେ ଉଦ୍ଧାର ମୋବାଇଲର ଶେଷ କଲ୍ କୁ ଫୋନ କଲା ପରେ ତାଙ୍କ ସାଙ୍ଗ ଉଠାଇବା ସହ ଉପରୋକ୍ତ ତଥ୍ୟର ସୂଚନା ମିଲିଥିଲା। ପରେ ତାଙ୍କ ସଂର୍ପକୀୟ ଖରିଆର ରୋଡ ଷ୍ଟେସନରେ ପହଞ୍ଚିବା ସହ ଶବ ଉଦ୍ଧାର ପାଇଁ ଅକ୍ଷେପ କରିଥିଲେ ହେଁ ଖବର ଲେଖବା ପାର୍ଯ୍ୟନ୍ତ ଦୁର୍ଘ ୯ ଘଣ୍ଟା ହେବ ଶବ ନଉଠି ଘଟଣା ସ୍ଥଳରେ ହିଁ ପଡିରହିଛି। ମୃତ୍ୟୃ ପରେ ଶବକୁ ମର୍ଯ୍ୟଦା ନଦେବା ନିହାତି ରେଲ ବିଭାଗର ଅବହେଲେ ପ୍ରତି ଆଙ୍ଗୁଲି ନିର୍ଦ୍ଧେଶ। ତେବେ ରାତ୍ରରେ ରେଲ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଞ୍ଚାନାମା କରିବା ସହ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନା ନୂଆପଡ଼ାକୁ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଳି ସୂଚନା ମିଲିଛି। ଗୋଟିଏ ପଟେ ସ୍ତ୍ରୀ ଓ ପୁଅକୁ ଝୁରୀଝୁରୀ ସ୍ବାମୀ ଆତ୍ମହତ୍ୟା କରିଥିବା ବେଲେ ଅନ୍ୟପଟେ ସ୍ତ୍ରୀ ସ୍ବାମୀର ଆତ୍ମହତ୍ୟା ଖବର ପାଇଁ ଶେଷ କୃତ୍ୟରେ ପହଞ୍ଚି ପାରିବକି ନାହିଁ ପ୍ରଶ୍ନବାଚୀ? ଦାଦନ ପରିବାରର ଏଭଳି ଦୁଖଃକୁ ନଜରରେ ରଖି ମୃତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ସମ୍ବନ୍ଧିତ ଖବର