ପୁରୀ ଓ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଯାତ୍ରା କରୁଥିବା ଟ୍ରେନ୍‌ଗୁଡ଼ିକର ରହଣି ଷ୍ଟେସନ୍‌ରେ ପରିବର୍ତନ

ଚନ୍ଦ୍ରଶେଖରପୁର : ଚଳିତ ବର୍ଷ ଏପ୍ରିଲ ମାସର ତୃତୀୟ ସପ୍ତାହରୁ ପୁରୀ ଓ ଭୁବନେଶ୍ୱରଠାରୁ ନୂଆଦିଲ୍ଲୀକୁ ଯାତ୍ରା କରୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌ଗୁଡ଼ିକୁ ଖଡ଼ଗପୁର ପରିବର୍ତେ ହିଜ୍‌ଲିି ବାଟ ଦେଇ ଚଳାଚଳ କରାଯିବା ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମସ୍ତ ଟ୍ରେନ୍‌ ଖଡ଼ଗପୁର ଷ୍ଟେସନ୍‌ରେ ରହିବା ପରିବର୍ତେ ହିଜ୍‌ଲିିଠାରେ ରହିବେ।

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ଆଦ୍ରା ଆସନ୍ତା ଏପ୍ରିଲ୍‌ ୧୫ ତାରିଖରୁ ଭୁବନେଶ୍ୱରରୁ ଏବଂ ୧୬ ତାରିଖରୁ ଖଡ଼ଗପୁର ପରିବର୍ତେ ହିଜ୍‌ଲିଠାରେ ରହିବ। ସେହିପରି ଫେରିବାବେଳକୁ ଏହି ଟ୍ରେନ୍‌ ହିଜ୍‌ଲି ଦେଇ ଯାତ୍ରା କରିବ। ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ଟାଟାନଗର ମଧ୍ୟ ଆସନ୍ତା ୧୬ ଏପ୍ରିଲ୍‌ରୁ ଭୁବନେଶ୍ୱରରୁ ଏବଂ ୧୪ ଏପ୍ରିଲରୁ ନୂଆଦିଲ୍ଲୀରୁ ଖଡ଼ଗପୁର ପରିବର୍ତେ ହିଜ୍‌ଲିଠାରେ ରହିବ। ପୁରୀ-ନୂଆଦିଲ୍ଲୀ- ପୁରୁଷୋତମ ଏକ୍ସପ୍ରେସ୍‌ ଚଳିତ ମାସ ୨୪ରୁ, ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍‌ ଚଳିତ ମାସ ୨୫ରୁ ମାର୍ଚ୍ଚରୁ, ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ୍‌ ଅଗଷ୍ଟ ମାସ ୩ରୁ ଖଡ଼ଗପୁର ପରିବର୍ତେ ହିଜ୍‌ଲିଠାରେ ରହିବ।

ଅଗଷ୍ଟ ମାସ ପହିଲାରୁ ଏହି ଟ୍ରେନ୍‌ଗୁଡ଼ିକର ଚଳାଚଳ ସମୟ ଯାତ୍ରୀ ସଂରକ୍ଷଣ ପ୍ରଣାଳୀରେ ସ୍ଥାନ ପାଇବ ଏବଂ ଏଥିରେ ଖଡ଼ଗପୁର ପରିବର୍ତେ ହିଜ୍‌ଲିଠାରେ ଟ୍ରେନ୍‌ଗୁଡ଼ିକର ରହଣି ବିଷୟ ଉଲ୍ଲେଖ ରହିବା ନେଇ ପୂର୍ବତଟ ରେଳ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର