ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ବଦଳିଲେ ୨୨ ଅଧିକାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବିଭିନ୍ନ ବିଭାଗରେ କାର୍ଯ୍ୟରତ ୨୨ ଅଧିକାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗୁରୁବାର ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ତହସିଲଦାର ଦାୟିତ୍ବରେ ଥିବା ବୀରସେନ ବେହେରାଙ୍କୁ ନୂଆପଡା ଜିଲ୍ଲା ଖରିଆର ବ୍ଲକର ବିଡିଓ ଭାବେ ବଦଳି କରାଯାଇଛି। ସେହିପରି କଳାହାଣ୍ଡିର ଡେପୁଟି କଲେକ୍ଟର ଦାୟିତ୍ବରେ ଥିବା ସୁକାନ୍ତ କୁମାର ପଟ୍ଟନାୟକଙ୍କୁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ବିଡିଓ ଭାବେ ବଦଳି କରାଯାଇଛି। ସେହିପରି କୋରାପୁଟ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର କୋରାପୁଟ ଜିଲ୍ଲା କୁନ୍ଦ୍ରା ବିଡିଓ ରୂପେ ବଦଳି ହୋଇଛନ୍ତି। ରଘୁନାଥପୁର ବଡିଓ ଲମ୍ବୋଦର ଖୁଣ୍ଟିଆ ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ ରୂପେ ଯୋଗଦେବେ। ଗୋପବନ୍ଧୁ ନଗର ବିଡିଓ ତପନ ସେନାପତିଙ୍କୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବିଡିଓ ଭାବେ ବଦଳି କରାଯାଇଛି।

କରଞ୍ଜିଆ ଦେଓ ଜଳସେଚନ ପ୍ରକଳ୍ପର ଜୋନ ଅଫିସର ମଳୟ କୁମାର ନାଇକଙ୍କୁ ମୟୂରଭଞ୍ଜ ଜିଲ୍ଲା ସମାଖୁଣ୍ଟା ବିଡିଓ ରୂପେ ବଦଳି କରାଯାଇଛି। ବୋର୍ଡ ଅଫ ରେଭେନ୍ୟୁର କୋର୍ଟ ଅଫିସର ସଚ୍ଚିଦାନନ୍ଦ ମିଶ୍ର ନୟାଗଡ ଜିଲ୍ଲା ନୂଆଗାଁ ବିଡିଓ ରୂପେ ବଦଳି ହୋଇଛନ୍ତି। ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବିଡିଓ ରୂପେ ବଦଳି କରାଯାଇଛି। ନୟାଗଡ କଲେକ୍ଟୋରେଟରେ ଅବସ୍ଥାପିତ ଡେପୁଟି କଲେକ୍ଟର ଶୀତଳ ଅଗ୍ରୱାଲଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ସମ୍ବଲପୁର ତହସିଲଦାର ଦେବାଶିଷ ଗୌଡଙ୍କୁ କୋରାପୁଟ ଜିଲ୍ଲା କୋରାପୁଟ ବିଡିଓ ଭାବେ ବଦଳି କରାଯାଇଛି। କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ମାଲକାନଗିରି ଜିଲ୍ଲା କାଲିମେଳା ବିଡିଓ ରୂପେ ବଦଳି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ‌ଶେରଗଡ ତହସିଲର ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକଙ୍କୁ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ବିଡିଓ ଭାବେ ବଦଳି କରାଯାଇଛି। ଜି.ଉଦୟଗିରି ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ରାୟଗଡା ଜିଲ୍ଲା ଗୁଣୁପୁର ବିଡିଓ ଭାବେ ବଦଳି କରାଯାଇଛି।

ସେହିପରି ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କୁ ବଡିଏର ଅତିରିକ୍ତ ଲ୍ୟାଣ୍ଡ ଅଫିସର ରୂପେ ବଦଳି କରାଯାଇଛି। ବାଣପୁର ବିଡିଓ ବୁଲବୁଲ ବେହେରାଙ୍କୁ ବାଲିପାଟଣା ତହସିଲଦାର ରୂପେ ବଦଳି କରାଯାଇଛି। ଦଙ୍ଗାବାଡି ବିଡିଓ ମଣିପ୍ରସାଦ ମିଶ୍ରଙ୍କୁ ମୋ ସ୍କୁଲ ଓଏସଡି ରୂପେ ବଦଳି କରାଯାଇଛି। ବିଏମସିର ଡେପୁଟି କମିଶନର ଗାୟତ୍ରୀ ସାମନ୍ତରାୟଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ରୂପେ ବଦଳି କରାଯାଇଛି। ପଟ୍ଟାଙ୍ଗୀ ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ପିଏ ଆଇଟିଡିଏ କୋରାପୁଟକୁ ବଦଳି ହୋଇଛି। କୁନ୍ଦ୍ରା ବିଡିଓ ସନ୍ଧ୍ୟା ସମର୍ଥଙ୍କୁ ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ରୂପେ ବଦଳି କରାଯାଇଛି। ପୁଇଁତଳା ବିଡିଓ ଯୁଧିଷ୍ଠିର ନାୟକଙ୍କୁ ବରଗଡ ଡେପୁଟି କଲେକ୍ଟର ରୂପେ ବଦଳି କରାଯାଇଛି। ଖୁଣ୍ଟା ତହସିଲଦାର ପ୍ରଭୁ କଲ୍ୟାଣ ଦାସଙ୍କୁ କେନ୍ଦୁଝର ଡେପୁଟି କଲେକ୍ଟର ଓ କୋଟପାଡ ଏନଏସି ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରାଙ୍କୁ କୋରାପୁଟ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରୂପେ ବଦଳି କରାଯାଇଛି। ଏହାର ଏକକିତା ନକଲ ବିଭିନ୍ନ ବିଭାଗକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର