ଏହି କାରଣରୁ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଛନ୍ତି ରଣବୀର କପୁର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ତୁ ଝୁଟୀ ମେଁ ମକ୍କାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଗକୁ ଫିଲ୍ମ ରିଲିଜ ଥିବା ବେଳେ ସେ ଏହି ଚଳଚ୍ଚିତ୍ରର ପ୍ରଚାର ଆରମ୍ଭ କରିଛନ୍ତି। ଅଭିନେତା ବିଭିନ୍ନ ସ୍ଥାନକୁ ଯାଇ ଅନେକ ଇଭେଣ୍ଟରେ ନିଜ ଚଳଚ୍ଚିତ୍ରର ପ୍ରଚାର କରୁଛନ୍ତି ସତ, କିନ୍ତୁ ସୋସିଆଲ ମିଡିଆରୁ ଦୂରେଇ ରହିଥିବାରୁ କେବଳ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ଫିଲ୍ମର ପ୍ରଚାର ଦାୟିତ୍ବ ନେଇଛନ୍ତି। ବର୍ତ୍ତମାନ ଏକ ସାକ୍ଷାତକାରରେ ସେ ସୋସିଆଲ ମିଡିଆଠାରୁ କାହିଁକି ଦୂରରେ ରହିଛନ୍ତି ତାହାର କାରଣ ଜଣାଇଛନ୍ତି।

ପତ୍ନୀ ଆଲିଆ ସୋସିଆଲ ମିଡିଆରେ ଥିବା ବେଳେ ରଣବୀର ଟ୍ବିଟର, ଇନଷ୍ଟାଗ୍ରାମ ଓ ଫେସବୁକରେ ନଥିବା ଦେଖାଯାଇଛି। ଏହା ପଛର କାରଣ ଜଣାଇ ରଣବୀର କହିଛନ୍ତି, ଯେତେବେଳେ ଜଣେ କଳାକାର ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି, ସେତେବେଳେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଭାବରେ ନିଜକୁ ଉପସ୍ଥାପନ କରିବାକୁ ପଡେ। ଲୋକ କ’ଣ ପସନ୍ଦ କରିବେ କ’ଣ ନକରିବେ, ତାହା ଧ୍ୟାନରେ ରଖିବାକୁ ପଡେ। ମୁଁ ସେଭଳି କରିପାରିବି ନାହିଁ। ଜଣେ ଅଭିନେତା ଏବଂ ଅଭିନେତ୍ରୀଙ୍କ ଯେଉଁ ରହସ୍ୟ ରହିବା କଥା ତାହା ଏବେ ରହୁନାହିଁ। ସୋସିଆଲ ମିଡିଆରେ ଆମେ ବହୁତ ବିଜ୍ଞାପନ କରୁଛୁ। ଫିଲ୍ମ କରି ଏହାର ପ୍ରଚାର ସୋସିଆଲ ମିଡିଆରେ କରୁଛୁ। ଲୋକମାନେ ଆମକୁ ଏତେ ଦେଖି ଦେଖି ଶୀଘ୍ର ବିରକ୍ତ ହୋଇଯାଉଛନ୍ତି ଓ ଆମକୁ ହଟାଇ ନୂଆ ହିରୋ ଆଣିବା ବିଷୟରେ କହୁଛନ୍ତି।

ସମ୍ବନ୍ଧିତ ଖବର