ଟ୍ରକ୍-କାର୍‌ ଧକ୍କା: ୨ ମୃତ

ଛେଣ୍ଡିପଦା : ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା କତଡା ଗାଁ ମୁଣ୍ଡରେ ଆଜି ସଂଧ୍ୟା ସାଢ଼େ ୫ଟାବେଳେ ଏକ କଂକ୍ରିଟ ମିକ୍ସର ଟ୍ରକ୍‌ ଓ ଗୋଟିଏ କାର୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର୍‌ରେ ଯାଉଥିବା ୨ ଯାତ୍ରୀଙ୍କର ପ୍ରାଣହାନି ଘଟିଛି। କାର୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ସମ୍ବଲପୁର ଆଡ଼ୁ ଅନୁଗୁଳ ଅଭିମୁଖେ ଏକ କଂକ୍ରିଟ ମିକ୍ସର ଟ୍ରକ୍‌ ଯିବାବେଳେ ଭୁବନେଶ୍ୱରରୁ ସୋନପୁର ଅଭିମୁଖେ ଯାଉଥିବା ଏକ ପାଜେରୋ କାର୍‌ (ଓଡ଼ି୦୩ଇ-୦୦୩୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଗାଡି ଓଲଟିପଡ଼ିଥିଲା। ଦୁର୍ଘଟଣାରେ କାରରେ ଥିବା ସୋନପୁରର ଶ୍ରୀକାନ୍ତ ମହାନ୍ତି(୪୦) ଓ ଚନ୍ଦ୍ରଶେଖର ମହାପାତ୍ର(୫୧)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି l କାର୍‌ ଚାଳକ ସୁଶାନ୍ତ ମହାରଣା (୩୦) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ମୃତଦେହ ଜବତ କରି ଏ ସଂପର୍କରେ ତଦନ୍ତ ଚଳାଇଛି। ଦୁର୍ଘଟଣା ପରେ କଂକ୍ରିଟ ମିକ୍ସର ଟ୍ରକ୍ ଚାଳକ ଫେରାର ହୋଇଛି l

ସମ୍ବନ୍ଧିତ ଖବର