ହୀରାକୁଦର ୨ଟି ଗେଟ୍‌ ଖୋଲା

ସମ୍ବଲପୁର : ଶୁକ୍ରବାର ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୪୫ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ୧,୧୧,୬୮୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪୫,୯୫୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ସ୍ଲୁଇସ୍‌ ଗେଟ୍‌ ଦେଇ ୩୦,୭୪୮ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାରର ଉପର ମୁଣ୍ଡରେ ୬.୭୨ମିମି ଓ ତଳମୁଣ୍ଡରେ ୩.୪୨ ମିମି ବର୍ଷ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର