ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଲକ୍ଡ଼ାଉନ ଯାଞ୍ଚ, ନିୟମ ଉଲଙ୍ଘନ କରିଥିବା ୨ ଦୋକାନ ସିଲ୍

ଭଞ୍ଜନଗର: ମହାମାରୀ କୋରାନର ଦ୍ବିତୀୟ ଲହରକୁ ବ୍ୟାପିବାରେ ରୋକ ଲଗେଇବା ପାଇଁ ସରକାର ଆଜି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ ଘୋଷଣା ହୋଇଛି। ଭଞ୍ଜନଗର ଉପଖଣ୍ଡରେ ମଧ୍ୟ କୋଭିଡ ନିୟମ କିଭଳି କଡ଼କଡ଼ି ପାଳନ ହେବ ସେଥି ନିମିତ୍ତ ବିଭିନ୍ନ ସ୍ଥାନରେ ଯାଞ୍ଚକୁ ଜୋରଦାର କରାଯାଇଛି। ସକାଳ ୬ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକୁ ଖୋଲା ରହିବ ସହ ଏହି ସମୟ ମଧ୍ୟରେ ଜନସାଧାରଣ ୫ ଶହ ମିଟର ମଧ୍ୟରେ ଚାଲି ଚାଲି ଯାଇ ଜିନିଷ ଆଣି ପାରିବେ।

ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଲକଡାଉନର ପ୍ରଥମ ଦିନ ସ୍ଥିତି ପରଖିବା ପାଇଁ ବୁଗୁଡ଼ା,ବେଲଗୁଣ୍ଠା ଏବଂ ଭଞ୍ଜନଗର ବୁଲି ଦେଖିଛନ୍ତି। ଏହି ସମୟରେ ବୁଗୁଡ଼ାରେ ଦୁଇଗୋଟି ଦୋକାନ କୋଭିଡ ନିୟମ ଅବମାନନା କରିଥିବା ଯୋଗୁଁ ଉପଜିଲ୍ଲାପାଳଙ୍କ ନିଦ୍ଦେଶ ପରେ ବୁଗୁଡ଼ା ଏନଏସି ପକ୍ଷରୁ ସେହି ଦୋକାନକୁ ସିଲ୍ କରାଯାଇଛି। ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ଉପଜିଲ୍ଲାପାଳ ନିବେଦନ କରିଛନ୍ତି। ଲକଡାଉନ ଅବଧି ମଧ୍ୟରେ ସମସ୍ତ ବ୍ୟବସାୟୀ କିଭଳି ପଞ୍ଚସୂତ୍ର ନିୟମକୁ କଡାକଡି ପାଳନ କରିବେ ସେଥି ନିମନ୍ତେ ସତର୍କ ଅବଲମ୍ବନ କରିବାକୁ ସମସ୍ତଙ୍କ ତାଗିତ୍ କରିଛନ୍ତି। ନଚେତ ନିୟମ ଖିଲାପ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ମଧ୍ୟ କଡା ନଜର ରଖିବାକୁ ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି। ଏହି ଲକଡାଉନ ମଧ୍ୟରେ କିଭଳି କୋଭିଡ ନିୟମ କଡାକଡି ପାଳନ ହେବ ସେଥିପ୍ରତି ଉପଜିଲ୍ଲାପାଳ ପୁଲିସ୍ ଓ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାଇଛନ୍ତି। ଜନସାଧାରଣ ଏବଂ ଦୋକାନୀ ଆଗକୁ ଆସି ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।

ଆଜି ବୁଗୁଡ଼ାରେ ଉପଜିଲ୍ଲାପାଳଙ୍କ ସହ ତହସିଲଦାର ସଂଗ୍ରାମ କେଶରୀ ଜେନା ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମିରଂଜନ ଦାଶ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର