ଆଜି ସମ୍ବୋଧନ କରିବେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଶୁକ୍ରବାର ଅପରାହ୍‌ଣରେ ଦେଶର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’। ମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ ସିବିଏସ୍‌ଇ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ସମ୍ପର୍କରେ ଘୋଷଣା କରିପାରନ୍ତି। ସୋସିଆଲ ମିଡିଆ ଆକାଉଣ୍ଟ ଫେସ୍‌ବୁକ୍‌ ଓ ଟୁଇଟର୍‌ରେ ସିଧାପ୍ରସାରଣରେ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ମୂଲ୍ୟାୟନ ନେଇ ଆଲୋଚନା କରିବେ ଏବଂ ଦ୍ବନ୍ଦ୍ବ ଦୂର କରିବେ। ସେହିପରି ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା ସମ୍ପର୍କରେ ମଧ୍ୟ ଘୋଷଣା କରିପାରନ୍ତି। ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍‌ ଅଗଷ୍ଟ ମାସରେ ହେବାର ସମ୍ଭାବନା ଅଧିକ ରହିଛି।

ସମ୍ବନ୍ଧିତ ଖବର