ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୬୭୯ରେ ପହଞ୍ଚିଲା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ ୩୩୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୨୯୦ ଓ କ୍ବାରେଣ୍ଟାଇନରୁ ୪୮ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ୨୯୦ଜଣଙ୍କ ମଧ୍ୟରୁ ଖଣ୍ଡଗିରିରୁ ୧୯ଜଣ, ନୟାପଲ୍ଲୀରୁ ୧୪ରୁ ଓଲ୍ଡ ଟାଉନରୁ ୧୩ଜଣ,ବାଣୀବିହାରରୁ ୧୦ଜଣ, ୟୁନିଟ-୮ରୁ ୧୦ଜଣ, କଳ୍ପନାରୁ ୯ଜଣ, ବରମୁଣ୍ଡାରୁ ୮ଜଣ,ସାମନ୍ତରାପୁରରୁ ୮ଜଣ, ରସୁଲଗଡ଼ରୁ ୬ଜଣ ଓ ଶାସ୍ତ୍ରୀନଗରରୁ ୬ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୬୭୯ରେ ପହଞ୍ଚିଥିବା ବେଳେ ୨୫୦ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ଏବେ ସୁଦ୍ଧା ରାଜଧାନୀରୁ ୨୫୨୭ଟି ସକ୍ରିୟ ମାମଲା ରହିଥିବା ବେଳେ ୩୨୮୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧିତ ଖବର