ଗୁଣିଗାରେଡ଼ି ନେଇ ମହିଳାଙ୍କ ପ୍ରତି ହିଂସା: ପ୍ରଶାସନକୁ ଖବର ଦେଲେ ମିଳିବ ୫୦ ହଜାର ଟଙ୍କା

ଛତ୍ରପୁର: ଗୁଣିଗାରେଡ଼ି ଭଳି କୁପ୍ରଥା ବି‌ରୋଧରେ ସ୍ବରୋତ୍ତୋଳନ କରିବା ଓ ଲୋକଙ୍କ ଭିତରେ ସ‌ଚେତନ ସୃଷ୍ଟି କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା‌ କୁଲାଙ୍ଗେ ପୁଣି ଅଭିନବ ପଦକ୍ଷେପ ନେବା ସହ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଗୁଣିଗାରେଡ଼ି ନେଇ ମହିଳାଙ୍କ ପ୍ରତି ହିଂସା ହେଉଥିବା ଖବରକୁ ଯିଏ ପ୍ରଶାସନର ନଜରକୁ ଆଣିବେ ଉକ୍ତ ଖବରଦାତାଙ୍କୁ ୫୦ହଜାର ଟଙ୍କା ନଗଦରାଶି ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାପାଳ କହିଥିଲେ, ବିଜ୍ଞାନ ଓ ପ୍ରଯୁକ୍ତି ଯୁଗରେ ମଧ୍ୟ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପ୍ରଥା ସମାଜ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ଆଉ ଗୁଣିଗାରେଡ଼ି ସନ୍ଦେହରେ ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ହିଁ ହିଂସାର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର