ମତଦାନ ବେଳେ ଗଣ୍ଡଗୋଳ: ଯୁବକଙ୍କ ମୁଣ୍ଡ ଫାଟିଲା

ବାଲେଶ୍ବର: ବାଲେଶ୍ବରରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଜିଲ୍ଲାର ୨ଟି ବ୍ଲକ୍, ସଦର ଓ ରେମୁଣାରେ ମତଦାନ ହେଉଛି। ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ରେମୁଣା ବ୍ଲକ୍ ତାଳପଦା ୪ ନମ୍ବର ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ରରେ ଗଣ୍ଡଗୋଳ ହୋଇଛି। ଭୋଟର ତାଲିକାର ନାମ ଭୁଲ୍ ଥିବା ଏବଂ ବୁଥ୍ ଭିତରେ ଫଟୋ ଉଠାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି।

ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହେବାରୁ ଜଣେ ଯୁବକଙ୍କ ମୁଣ୍ଡ ଫାଟିଛି। ସେ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଘର ରେମୁଣା ବ୍ଲକ୍ ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଗ୍ରାମର ହୋଇଥିବା ବେଳେ ନାମ ଶିବା ମଲ୍ଲିକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର