ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଓ ୟୁଜିବି କର୍ମଚାରୀଙ୍କ ଦୁର୍ନୀତିମୁକ୍ତ ଭାରତ ନିର୍ମାଣ ପାଇଁ ଶପଥ

ଜୟପୁର:  ଜୟପୁର ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ  ପରିସରରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଦୁର୍ନୀତିମୁକ୍ତ ଭାରତ ନିର୍ମାଣ କରିବା ପାଇଁ ଏଥିରେ ଭାଗ ନେଇଥିବା ବ୍ୟାଙ୍କ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ  ଶପଥ ଗ୍ରହଣ କରିଥିଲେ।

ଏଥିରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଜୟପୁର ଆଂଚଳିକ ପ୍ରବନ୍ଧକ ପୁରୁଷୋତ୍ତମ ଘଡ଼ାଇ, ଅପରେସନ୍ ପ୍ରବନ୍ଧକ ବିଜୟ କୁମାର ମାଝୀ, ବାଣିଜ୍ୟ ପ୍ରବନ୍ଧକ ଚିତ୍ତରଂଜନ ବେଉରିଆ, ଆଇନପରାମର୍ଶଦାତା କେ.ଦିବାକର ରାଓ, ନବୀନ ସାହୁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସୁକୁମାର ସାହୁ, ସୁରେଶ ଷଡଙ୍ଗୀ, ମମତା ବେହେରାଙ୍କ ସମେତ ବ୍ୟାଙ୍କ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର