ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅଲିମ୍ପିକ  ହକି ତାରକାଙ୍କୁ ସ୍ୱାଗତ

ବ୍ରଜରାଜନଗର : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଟୋକିଓ ଅଲିମ୍ପିକ୍‌ରେ ପୁରୁଷ ହକିରେ କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପୁରୁଷ ହକି ଦଳର ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା ତଥା ମହିଳା ହକି ଦଳରେ ଖେଳିଥିବା ଡି ଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ଶନିବାର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ସହ ଏହି ହକି ଅଲିମ୍ପିକ ଖେଳାଳି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବାପରେ ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ, ଜିଲ୍ଲାକ୍ରୀଡ଼ର ସଙ୍ଘ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଅଲିମ୍ପିକରେ ହକି ଖେଳରେ ସୁନ୍ଦର ପ୍ରଦର୍ଶନ କରି ଦେଶ ତଥା ରାଜ୍ୟ ପାଇଁ ସୁନାମ ଆଣିଥିବାରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ତାପସ ରାୟ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲମ୍ବୋଦର ବୁଡା, ଏସ୍‌ଡିପିଓ ନିର୍ମଳ ମହାପତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଳ କୁମାର ମିଶ୍ର, ଜିଲ୍ଲା କ୍ରୀଡା ସଙ୍ଘର ଉପସଭାପତି ଜୀବନ ମହାନ୍ତି, ବ୍ରିଜେଶ ଶର୍ମା, ବିଜୟ ବେହେରା ପ୍ରମୁଖଙ୍କ ସହିତ ୪ ଖେଳାଳିଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ। ଖେଳାଳିମାନଙ୍କୁ ପାରମ୍ପରିକ ନୃତ୍ୟରେ ସ୍ୱାଗତ କରାଯାଇଥିଲା।

ସମ୍ବନ୍ଧିତ ଖବର